ବ୍ଲାକ୍ ଲିଷ୍ଟେଡ କମ୍ପାନୀକୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ଦିଆଯିବାକୁ ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ଏକ ବ୍ଲାକ ଲିଷ୍ଟେଡ କମ୍ପାନୀକୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମର ଟେଣ୍ଡର ଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କମ୍ପାନୀ ନାଁରେ ମାଳା ମଳା ଅଭିଯୋଗ ଥିବା ବେଳେ କେଉଁଠି କାମ କରିଛି ତାହା ଭୁଶୁଡ଼ିଛି । ଏମିତି ସ୍ଥିତିରେ କମ୍ପାନୀକୁ ମେଟ୍ରୋ ପ୍ରକଳ୍ପ କାମ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଦଳ ପକ୍ଷରୁ କାମ ନେଇଥିବା ଠିକା କମ୍ପାନୀର ଇତିହାସ ନେଇ ଚିଠା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଭୁବନେଶ୍ୱର ମେଟ୍ରୋ କାମ ରଞ୍ଜିତ ବିଲ୍ଡକନ୍ ନାମକ ଏକ ସଂସ୍ଥାକୁ ଦିଆଯାଇଛି । ଯେଉଁ ରାଜ୍ୟରେ କମ୍ପାନୀ କାମ କରିଛି ସବୁ ଭୁଶୁଡିଛି । କମ୍ପାନୀ ନାମରେ ମାଳମାଳ ମାମଲା ହୋଇଛି । ଯାହା ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ । ଏହି କମ୍ପାନୀ ନାଁରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଚେନ୍ନାଇରେ କେସ ଚାଲିଛି । ଏହି କମ୍ପାନୀ ଯେଉଁଠି କାମ କରିଛି ସେଠି ପୋଲ ଭୁଶୁଡ଼ିଛି ନହେଲେ ଅର୍ଥ ଆତ୍ମସାତ କରିଛି ।  ସେଭଳି ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଓଡ଼ିଶା ସରକାର ମେଟ୍ରୋ କାମ ଦେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ତେଣୁ ତୁରନ୍ତ ରଞ୍ଜିତ ବିଲ୍ଡକନ ଟେଣ୍ଡର ବାତିଲ କରାଇ ରାଜ୍ୟ ସରକାର ନୂଆ ଟେଣ୍ଡର କରନ୍ତୁ । ଯେଉଁ କମ୍ପାନୀ ନାଁରେ କେସ ନାହିଁ ସେଭଳି କମ୍ପାନୀକୁ ଟେଣ୍ଡର କରି କାମ ଦିଆଯାଉ । ନହେଲେ କଂଗ୍ରେସ ଏହାକୁ ବିରୋଧ କରିବ । କାମ କରିବାକୁ ଦିଆଯିବନି ।

ଦଳ ପକ୍ଷରୁ କୁହାଯାଇଛଇ ରଞ୍ଜିତ ବିଲ୍ଡକନ୍ ଏକ ଗୁଜରାଟ କମ୍ପାନୀ । ଏହି କମ୍ପାନୀ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ।