spot_img

Latest Posts

ବିଜେପି ସରକାରକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନଭାବକୁ ନେଇ କଂଗ୍ରେସର ଷଣ୍ଢୁଆସି ଆକ୍ରମଣ। ଉପା ସରକାର ଓଡ଼ିଶାକୁ ଅଧିକ ଅର୍ଥ ଦେଇଥିବା ବେଳେ କେନ୍ଦ୍ରର ଏନଡିଏ ସରକାର ଓଡିଶାକୁ ସବୁ କ୍ଷେତ୍ରରେ ଅଣଦେଖା କରିଥିବାର ଲମ୍ବା ହିସାବ ଦେଇଛି ରାଜ୍ୟ କଂଗ୍ରେସ। କେନ୍ଦ୍ରୀୟ ଯୋଜନା ବନ୍ଦ କରିବା, ଅନୁଦାନ କାଟିବା ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କୁ ସବୁ କ୍ଷେତ୍ରରେ ଭଣ୍ଡାଇଛି କେନ୍ଦ୍ର ବିଜେପି ସରକାର। ଏହାକୁ ନେଇ ଅଡ଼ୁଆରେ ରାଜ୍ୟ ବିଜେପି ।

କେବିକେ ଯୋଜନା କିଏ ବନ୍ଦ କଲା ? ଓଡ଼ିଶାରେ ୩୩ଟି ଭିନ୍ନ ଭିନ୍ନ ଯୋଜନାରୁ କିଛି ଯୋଜନା ବନ୍ଦ କଲେ କାହିଁକି ? ଆଦିବାସୀ ଅଞ୍ଚଳର ସ୍ଵତନ୍ତ୍ର ଯୋଜନା ଲାଗି ହୋଇଥିବା ଟ୍ରାଇବାଲ ସବପ୍ଲାନ ବା TSPକୁ  ସଙ୍କୁଚିତ କରାଗଲା କାହିଁକି? କୋଇଲା ସେସ୍ ଟଙ୍କାଟିଏ କାହିଁକି ପାଉନାହିଁ ଓଡ଼ିଶା ? ମହାନଦୀ, ପୋଲାଭରମ ପ୍ରକଳ୍ପରେ ଓଡ଼ିଶା ପ୍ରତି ଅନ୍ୟାୟ କରିଛି କେନ୍ଦ୍ରର ବିଜେପି ସରକାର। ଏତିକିରେ ସରୁନାହିଁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନଭାବ।କଂଗ୍ରେସ ସରକାର ସମୟରେ କେନ୍ଦ୍ରୀୟ ଅନୁଦାନର ତାରତମ୍ୟ  ୯୦-୧୦, ୭୫-୨୫ ଭାଗରେ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଏବେ ବିଜେପି ସରକାର ସମୟରେ କାହିଁକି ୬୦-୪୦ ରେ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାୟନ କାନୁନଗୋ। କେନ୍ଦ୍ରର ବିଜେପି ସରକାର  ଓଡିଶାର ହକକୁ ଅଣଦେଖା କରିଆସୁଛନ୍ତି। ଏହାକୁ ଓଡ଼ିଶାବାସୀ କେବେ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।

ବିଜେପି ସରକାର ଗଢିବା ଲାଗି ବାହସ୍ଫୋଟ ମାରୁଥିବା ନେଇ ମଧ୍ୟ କଂଗ୍ରେସ କଡ଼ା ସମାଲୋଚନା କରିଛି। ଏହା ବିଜେପର ଅଂହଙ୍କାର ବୋଲି କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ବ ରଂଜନ ମହାନ୍ତି କହିଛନ୍ତି । ସେପଟ ବିଜେପି କିନ୍ତୁ ହାଲକା ଭାବେ ଚିରାଚରିତ ଢଙ୍ଗରେ ପାଲଟା ଜବାବ ଦେଇଛି। କେନ୍ଦ୍ର ସରକାର ପ୍ରତି କଂଗ୍ରେସର କେଠୋର ମନଭାବକୁ ରାଜନୀତି ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଓଡ଼ିଶାର ନ୍ୟାଯ୍ୟ ଦାବିକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରିଆସିଛି କେନ୍ଦ୍ର। ଏହାକୁ ହୃଦବୋଧ କରି ପ୍ରତି ନିର୍ବାଚନରେ ଦୁଇ ଜାତୀୟ ଦଳକୁ ରାଜ୍ଯବାସୀ କରିଆସୁଛନ୍ତି ପ୍ରତ୍ୟାଖ୍ଯାନ।

 

 

Latest Posts

Don't Miss