spot_img

Latest Posts

କରପ୍ସନ ରେଟ କାର୍ଡ ବିଜ୍ଞାପନକୁ ନେଇ କଂଗ୍ରେସକୁ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଦେଶ କଂଗ୍ରେସ କମିଟିର ଏକ ବିଜ୍ଞାପନକୁ ନେଇ ବିବାଦ ବଢ଼ିଯାଇଛି । ବିଜେପି ଏହି ମାମଲାରେ କର୍ଣ୍ଣାଟକ କଂଗ୍ରେସ କମିଟି, ଡିକେ ଶିବ କୁମାର, ସିଦ୍ଧରମେୟା ଏବଂ ରାହୁଲ ଗାନ୍ଧିଙ୍କୁ ଲିଗାଲ ନୋଟିସ୍ ପଠାଇଛି ଏବଂ ଅଭିଯୋଗ କରିଛି । ସେହିପରି ନିର୍ବାଚନ କମିଶନ ଏହି ବିଜ୍ଞାପନକୁ ଆଚାର ସଂହିତାର ଉଲ୍ଲଂଘନ ବୋଲି ଦର୍ଶାଇଛି । ଖବର କାଗଜରେ ପ୍ରକାଶିତ ବିଜ୍ଞାପନ ଉପରେ କମିଶନ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ।

ନିର୍ବାଚନ କମିଶନ କଂଗ୍ରେସକୁ 7 ମଇ ଅର୍ଥାତ ଶନିବାର ସନ୍ଧ୍ୟା 7ଟା ସୁଦ୍ଧା ଏହି ନୋଟିସର ଜବାବ ଦାଖଲ କରିବାକୁ କହିଛି । ଆଚାର ସଂହିତାର ପ୍ରାବଧାନ 2 ଅଂଶ ଏବଂ 1 ମୁତାବିକ ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ଦଳର ବର୍ତ୍ତମାନ ଏବଂ ପୂର୍ବ ନୀତି ଏବଂ ପ୍ରସଙ୍ଗକୁ ସମାଲୋଚନା କରାଯାଇ ପାରିବ, ନା କି ବ୍ୟକ୍ତିଗତ ଜୀବନର ସମାଲୋଚନା କରାଯିବ, ଯାହାର ଲୋକଙ୍କ ସହ କୌଣସି ସମ୍ପର୍କ ନାହିଁ । ଅର୍ଥାତ ଅପୃଷ୍ଟ ଏବଂ ଆଧାରହୀନ ଅଭିଯୋଗ ଉପରେ କୌଣସି କଥା କହିବା, କରିବା ଏବଂ ପ୍ରକାଶିତ ବା ପ୍ରସାରିତ କରିବା ଆଚାର ସଂହିତର ଉଲ୍ଲଂଘନ ଅଟେ ।

ନିର୍ବାଚନ କମିଶନ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ନାଁରେ ନୋଟିସ୍ ଜାରି କରିଛନ୍ତି ଏବଂ ଏଥିରେ ଏହା ଚେତାବନୀ ଦେଇଛନ୍ତି ଯେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଯଦି ନୋଟିସର କୌଣସି ଜବାବ ନମିଳେ ତେବେ କମିଶନ ମାନିନେବ ଯେ ଆପଣଙ୍କ ପାଖରେ କହିବା ପାଇଁ କିଛି ନାହିଁ । ଏହାପରେ କମିଶନ ଏହି ଅଭିଯୋଗ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନୋଟିସରେ ଉଲ୍ଲେଖ କରିଯାଇଛି ଯେ କଂଗ୍ରେସର ସେହି ବିଜ୍ଞାପନକୁ 5 ମଇରେ ବିଜେପି ନେତା ଓମପ୍ରକାଶଙ୍କ ଜରିଆରେ କମିଶନଙ୍କ ଦୃଷ୍ଟି ଗୋଚର କରାଯାଇଥିଲା ।

ଏହା ମୁତାବକ ଜନପ୍ରତିନିଧିତ୍ୱ ଆଇନର ଧାରା 123(4) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା 171ଜି ଅନୁଯାୟୀ ଦଣ୍ଡନୀୟ ଅଟେ । ପ୍ରକାଶଥାଉକି, କଂଗ୍ରେସ ବିଜେପି ସରକାରଙ୍କୁ ସମସ୍ୟାର ଇଞ୍ଜିନ କହିବା ସହ 2019 ଏବଂ 2023 ମଧ୍ୟରେ ରାଜ୍ୟରେ ଦୁର୍ନୀତିର ଦରକୁ ସୂଚୀବଦ୍ଧ କରୁଥିବା ପୋଷ୍ଟର ଏବଂ ବିଜ୍ଞାପନର ଏକ ସେଟ୍ ଜାରି କରିଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଛି ।

Latest Posts

Don't Miss