୨୭ ତାରିଖ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ

Congress Supports Bharat Bandh Called By Samyukta Morcha

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି । ୨୭ ତାରିଖ ଦିନ ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି, ଜିଲ୍ଲା ସଭାପତି ମାନଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମ୍ମୁଖ୍ୟ କର୍ମକର୍ତ୍ତା, ସାଂସଦ ଓ ବିଧାୟକ ପ୍ରାର୍ଥୀ, କୃଷକ, ଶ୍ରମିକ ଓ ଜନସାଧାରଣ ଏହି ବନ୍ଦକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ।

Leave a Reply