ଅଫଲାଇନ୍ ପରୀକ୍ଷାକୁ ବିରୋଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଶାନ୍ତି । ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଜଣ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ବରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଅଞ୍ଚଳର ଛାତ୍ରଛାତ୍ରୀ ପୂର୍ବରୁ ଅଫଲାଇନ୍ ପରୀକ୍ଷା କରାଇବାକୁ କୁଳପତିଙ୍କୁ ଚିଠି ଲେଖିଥିଲେ ।
ଆଜି ବିଶ୍ୱବିଦ୍ୟାଳୟକୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଚାହିଁଥିଲେ ଛାତ୍ର କଂଗ୍ରେସ ସଦସ୍ୟ । କିନ୍ତୁ କେହି ଉପସ୍ଥିତ ନଥିବାରୁ ଆଲୋଚନା ହୋଇ ପାରିନଥିଲା । ଏହାକୁ ନେଇ ପୋଲିସ ଓ ଛାତ୍ର କଂଗ୍ରେସର ସଦସ୍ୟ ମୁହାଁମୁହିଁ ହୋଇଥିଲେ ।
ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଏଥିରେ ଆନ୍ଦୋଳନକାରୀ ଓ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି ।