ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ନେଇ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରାଯିବ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି । ତେବେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବିବାହ ଗାଡ଼ି, ଆମ୍ବୁଲାନ୍ସ, ମେଡିସିନ୍ ଦୋକାନ ଏବଂ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯିବ । କଟକରେ ବନ୍ଦ୍ ସଫଳ କରିବାକୁ ନଗର କଂଗ୍ରେସ ପକ୍ଷରୁ  ପ୍ରସ୍ତୁତି କରାଯାଇଛି । ଟ୍ରକ୍, ବସ୍, ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବିଭିନ୍ନ ଆସୋସିଏସନକୁ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅନୁରୋଧ କରିଛନ୍ତି ।

Leave a Reply