spot_img

Latest Posts

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ରଣକୌଶଳ, ଓଡିଶା ଆସିବେ ସୋନିଆ ଗାନ୍ଧୀ

କୋରାପୁଟ: ନିର୍ବାଚନ ରଣକୌଶଳ ପାଇଁ ପ୍ରସ୍ତୁତ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ। ମେ’ ପ୍ରଥମ ସପ୍ତାହରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶା ଆସିବାର ଯୋଜନା କରାଯାଇଛି।

ମେ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ରହିଛି। କୋରାପୁଟ ଗସ୍ତରେ ଆସିବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାୟଗଡ଼ା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ। ସୋନିଆ ରାହୁଲଙ୍କ ସହ ଷ୍ଟାର ପ୍ରଚାରକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ରାୟଗଡା, ବିଷମକଟକ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ଯୋଗ ଦେବାର ଯୋଜନା କରାଯାଇଛି। ତେଲୁଗୁ ଭୋଟର ବା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କହ୍ନେୟା କୁମାର ରୋଡ ସୋ କରିବେ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା।

ଆସନ୍ତା ୧୯ ତାରିଖରେ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିବେ ସପ୍ତଗିରି। ଆଜି ଜୟପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଜିଲ୍ଲାର ଅନ୍ୟ ୪ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏକାଠି ହୋଇ ଆଲୋଚନା କରିବା ସହ ନିର୍ବାଚନ ପାଇଁ ଗୁରୁମନ୍ତ୍ର ନେଇଛନ୍ତି ।

Latest Posts

Don't Miss