ଆଜିଠାରୁ କଂଗ୍ରେସର ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲି

1 min read

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି । ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟରେ ହେବ କାର୍ଯ୍ୟକ୍ରମ । ଆସନ୍ତା ଜାନଆରୀ ୨୬ରେ ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶର ମହୁ ସହରରେ ହେବ ବିଶାଳ ରାଲି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୭ରୁ ଆରମ୍ଭ ହେବାର ଥିଲା । ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଜାନୁଆରୀ ୨୬ ବି ହେଉଛି ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ତମ ବାର୍ଷିକୀ । କଂଗ୍ରେସ ପକ୍ଷରୁ କୁହାଯାଇଛି- ସମ୍ବିଧାନ ମୂଲ୍ଯବୋଧର ସୁରକ୍ଷା ଲାଗି ଦଳ ସଂଗ୍ରାମ କରିବ । ଏହା ସହ ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦର୍ଶର ସୁରକ୍ଷା ଦିଗରେ କଂଗ୍ରେସ କାର୍ଯ୍ୟ କରିବ ।

କଂଗ୍ରେସର କାର୍ଯ୍ୟକ୍ରମ ସାରା ଜାନୁଆରୀରେ ଚାଲିବ ଏବଂ ଜାନୁଆରୀ ୨୬ରାଲି ପାଇଁ ପ୍ରସ୍ତୁତି କରାଯିବ । କଂଗ୍ରେସ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୦୨୫ ଜାନୁଆରୀ ୨୬ରୁ ୨୦୨୬ ଜାନୁଆରୀ ୨୬ ଯାଏଁ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦଯାତ୍ରା ଜାରି ରହିବ । ଗାଁରୁ ଗାଁକୁ, ସହରରୁ ସହରକୁ ଏହି କାର୍ଯ୍ୟକ୍ରମ ଚାଲିବ । ଆସନ୍ତା ଏପ୍ରିଲରେ ଗୁଜରାଟରେ ହେବ ଏଆଇସିସି ଅଧିବେଶନ ।