spot_img

Latest Posts

ରାଜ୍ୟରେ ନାରୀ ଅସୁରକ୍ଷିତ: ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ସାରା ଓଡିଶାରେ ଛାତ୍ରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ବାଲେଶ୍ୱରର ଏଫଏମ କଲେଜ, ସମ୍ବଲପୁରର ଜିଏମ କଲେଜରେ ଛାତ୍ରୀ ନିର୍ଯାତନା ଘଟଣା ମନରୁ ନଲିଭୁଣୁ ପୁଣି ଏବେ ଯାଜପୁରରେ ଜଣେ ହକି କ୍ରୀଡାବିତ୍ ନାବାଳିକାକୁ ଗଣଦୁଷ୍ମର୍ମ କରାଯିବାର ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଯାହାକୁ ନେଇ ଜିଲ୍ଲା କଂଗ୍ରେସର ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ପିଡୀତାର ଘରକୁ ଯାଇ ପୀଡିତା ସହ ଆଲୋଚନା କରିଥିଲେ । ଏହି ଘଟଣାରେ ସମବେଦନା ଜଣାଇବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପୀଡିତା ପରିବାର ସହ କଂଗ୍ରେସ ଛିଡା ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଏଆଇସିସି ସଭ୍ୟ ପଦ୍ମାକର ଗୁରୁ, ସଭ୍ୟ ସନ୍ତୋଷ ନନ୍ଦ, ବିଧାନସଭା ପ୍ରାର୍ଥୀ ସୁଦିପ କୁମାର କର, ଆଇନୀଜୀବୀ ପ୍ରତିମା କର ପ୍ରମୁଖଙ୍କ ନେତୃତ୍ୱରେ ପୀଡିତା ଭେଟିଥିଲେ । ପରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏହି ପ୍ରତିନିଧି ମଣ୍ଡଳୀଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ଅପାରଗତା ଯୋଗୁ ସମଗ୍ର ଓଡିଶାରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସରକାର ଏବେବି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା କମିଟି ସଦସ୍ୟମାନେ ମତ ଦେଇଥିଲେ ।

Latest Posts

Don't Miss