କଂଗ୍ରେସ ଭବନରେ ଗୁଣ୍ଡାଗର୍ଦ୍ଦି, ନିଶାନାରେ ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭଙ୍ଗାରୁଜା ପରେ ଦଳୀୟ ଶିବିରରେ ତେଜିଛି ଅସନ୍ତୋଷ । ପଞ୍ଚାୟତ ଓ ପୌରନିର୍ବାଚନ ପୂର୍ବରୁ ସଂଗଠନରେ ଏପରି ଫାଟ ଦଳର ବରିଷ୍ଠନେତାଙ୍କୁ ଚିନ୍ତାରେ ପକାଇଛି । ଗଣ୍ଡଗୋଳ ନେଇ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଦଳର ହେଭିଓ୍ବେଟ ନେତା । ଏହା କଂଗ୍ରେସ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଏଆଇସିସି ସମ୍ପାଦକ ଶରତ ରାଉତ ଓ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

କଂଗ୍ରେସ ଭବନ ଓ କଂଗ୍ରେସର ସୁରକ୍ଷା ଦାୟିତ୍ବ ପିସିସି ସଭାପତିଙ୍କର, ସେ ତାଙ୍କର ଦାୟିତ୍ବ ସଠିକ ନିର୍ବାହ କରୁନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ନେତାଏ ଅଭିଯୋଗ କରିଛନ୍ତି । ସେପଟେ ଗଣ୍ଡଗୋଳ ଲିପ୍ତ ନେତାଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ରୁ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଏନେଇ ପିସିସି ସଭାପତି ଏକ କମିଟି ଗଠନ କରିଛନ୍ତି ।

ସେପଟେ ଖୁବଶୀଘ୍ର କମିଟି ତଦନ୍ତ କରି ରିପୋର୍ଟ ଦେବ ବୋଲି କମିଟିର ଅଧ୍ୟକ୍ଷ କହିଛନ୍ତି ।  କଂଗ୍ରେସର ଗୋଷ୍ଠୀ କନ୍ଦଳ ଦଳକୁ ରସାତଳକୁ ନେଇଯାଉଛି  । କେବଳ ଥରେ ନୁହେଁ ବାରମ୍ବାର କଂଗ୍ରେସ ଭବନରେ ଘଟୁଛି ଏଭଳି ଅଭାବନୀୟ ଘଟଣା  । ଦଳୀୟ ଅସନ୍ତୋଷର ନିଶାନା ସାଜିଛି କଂଗ୍ରେସ କାର୍ଯ୍ୟାଳୟ  ।  ଏନେଇ ହାଇକମାଣ୍ଡ ସ୍ବତନ୍ତ ଦୃଷ୍ଟି ନଦେଲ ଓଡ଼ିଶା କଂଗ୍ରେସ ଆଗକୁ ବହୁତ କ୍ଷତି ସହିବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି  ।

Leave a Reply