CoWIN ପୋର୍ଟାଲକୁ ନେଇ ତେଜିଲା ରାଜନୀତି : ଅଲଗା ଆପ୍ ବନାଇବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ

ଟିକାକରଣ ପାଇଁ କେନ୍ଦ୍ର ସରକାର ଲଂଚ କଲେ କୋଭ ପୋର୍ଟାଲ । ଏହି ପୋର୍ଟାଲ ଲୋକଙ୍କ କାମରେ ଆସିବ । ସେମାନଙ୍କର ଭ୍ୟାକସିନ ନେବା ପ୍ରକ୍ରିୟାକୁ ସରଳ କରିବ ବୋଲି ତିଆରି ହୋଇଥିଲା । କିନ୍ତୁ ବର୍ତମାନ ଏହାର ବିପରୀତ ହେବାର ନଜର ଆସୁଛି । ଏହା ଜନତାଙ୍କ ସୁବିଧା ପାଇଁ କମ୍ ରାଜନେତାଙ୍କର ରାଜନୀତି ଖେଳରେ କାମ ଦେଲା ଭଳି ଲାଗୁଛି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ନିଜର ବ୍ୟକ୍ତିଗତ ଆପ୍ ଲଂଚ କରିବା ଯୋଜନାରେ ଲାଗିପଡିଛନ୍ତି ବିରୋଧୀ । ଆଉ ଏହି ଯୋଜନାରେ ଛତିଶଗଡ ସବୁଠାରୁ ଆଗରେ ରହିଛି । ସୂଚନା ଅନୁସାରେ କଂଗ୍ରେସ ଶାସିତ ରାଜ୍ୟରେ କରୋନା ଭ୍ୟାକସିନକୁ ନେଇ କେନ୍ଦ୍ର ରଣନୀତି କରୁଥିବାର ଅଭିଯୋଗ ହେଉଛି । ତାସହ ଭ୍ୟାକସିନର ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀଙ୍କର ଫୋଟ ଚିତ୍ର ରହିବା କେତେଦୂର ଯୁକ୍ତି ଯୁକ୍ତି ଏହାକୁ ନେଇ ବି ବୋବାଲ ଉଠୁଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ରର ଏହି ରଣନୀତିକୁ ନେଇ ବିବାଦ ଉପୁଜିଥିଲା ।

କିନ୍ତୁ ରାଜ୍ୟ ମାନଙ୍କର ସ୍ଥିତିକୁ ଅନୁଧ୍ୟାନ କରି ପ୍ରାୟ ରାଜ୍ୟ ଚୁପ୍ ରହିଯାଇଥିଲେ । ହେଲେ ବର୍ତମାନ ଭ୍ୟାକସିନର ଅଭାବ,ଲୋକଙ୍କୁ ଠିକ୍ ଭାବେ ଟିକା ନ ମିଳିବା ଆଦି କାରଣ କିଛି ରାଜ୍ୟର ନିଦ ହଜାଇ ଦେଇଛି । ସେଥିପାଇଁ ଛତିଶଗଡ ନିଜ ରାଜ୍ୟର ଏକ ନୂତନ ରାଜ୍ୟସ୍ତରୀୟ ପୋର୍ଟାଲ ଲଂଚ କରିବାର ପ୍ରସ୍ତୁତି ଆରମ୍ଭ କରିଛି । ଛତିଶଗଡ ସରକାରଙ୍କ କହିବାକଥା ଯେ ସେ ଏକ ଭିନ୍ନ ପଂଜିକରଣ ପ୍ରକ୍ରିୟା ନିଜ ରାଜ୍ୟ ପାଇଁ ଆରମ୍ଭ କରିବେ । ତା ଭିତରେ ସମ୍ମୁଖ ଯୋଦ୍ଦାଙ୍କର ଚିହ୍ନଟ ଆଗ କରାଯିବ । ଏହା ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେ ବି ପ୍ରଶ୍ନ ଉଠାଇଥିଲେ ।

ସେ ଏହି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖି କହିଥିଲେ ଯେ ରାଜ୍ୟସ୍ତରୀୟ ପୋର୍ଟାଲ ଖୋଲିଲେ ଆହୁରୀ ସହଜ ଭାବେ ପଂଜିକରଣ ପ୍ରକ୍ରିୟା ଆରମ୍ଭ କରିହେବ । ହେଲେ କେନ୍ଦ୍ରସରକାରଙ୍କର କୈାଣସି ବି ସପୋର୍ଟ ମିଳିନଥିଲା । ଏବେ ଅଧିକାଂଶ ରାଜ୍ୟ ନିଜ ରାଜ୍ୟର ୧୮ରୁ ୪୫ ବର୍ଷୀୟ ଲୋକଙ୍କୁ ସ୍ୱୟଂ ଖର୍ଚ୍ଚରେ ଟିକା ଦେଉଛନ୍ତି । ତେଣୁକରି କିଛି ରାଜ୍ୟ କେନ୍ଦ୍ରସରକାରଙ୍କ ଦ୍ୱାରା ନିର୍ମିତ କୋୱିନ ଆପ୍‌କୁ ଛାଡି ନିଜର ସ୍ୱତନ୍ତ୍ର ଆପ୍ ଖୋଲିବାକୁ ଚାହୁଁଛନ୍ତି । କିନ୍ତୁ ଛତିଶଗଡ ଓ ଅନ୍ୟାନ୍ୟ କଂଗ୍ରେସ ଶାସିତ ରାଜ୍ୟର ଏହିଭଳି ନିଷ୍ପତ୍ତିକୁ କେନ୍ଦ୍ରର କୈାଣସି ଉତ୍ତର ମିଳିନାହିଁ ।

Leave a Reply