ହାଥରସକୁ ନେଇ ଗୃହରେ କଂଗ୍ରେସର ହଟ୍ଟଗୋଳ, ବିଧାନସଭା ୩ଟା ଯାଏଁ ମୁଲତବି

1 min read
Congress Rocks In Odisha Assembly Over Hathras Issue

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଉତ୍ତରପ୍ରଦେଶ ହାଥରସ୍ ତାତି । ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆରମ୍ଭରୁ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବି । କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୩ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଥମେ ୧୫ ମିନିଟ, ପରେ ଆଉ ୧୦ ମିନିଟ, ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ରଖା ଯାଇଥିଲା । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।

Congress Rocks In Odisha Assembly Over Hathras Issue

ସର୍ବଦଳୀୟ ବୈଠକ ପରେ ବି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ । ମୋଦି ବିରୋଧୀ ନାରା ଓ ରାହୁଲ ଗାନ୍ଧୀ ଜିନ୍ଦାବାଦର ନାରା ଦେଇଥିଲା କଂଗ୍ରେସ ସଦସ୍ୟ । ଫଳରେ ଗୃହକୁ ବାଚସ୍ପତି ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।

Congress Rocks In Odisha Assembly Over Hathras Issue

ହାଥରସ୍ ପ୍ରସଙ୍ଗରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି । ସେ ଘଟଣାକୁ ନିନ୍ଦା କରିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ଯୋଗୀ ସରକାରଙ୍କ ହାତବାରିସୀ ସାଜିଛି । ଜିଲ୍ଲାପାଳ ବିବୃତି ବଦଳାଉଛନ୍ତି । ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଆମେ ଦାବି କରୁଛୁ । ନ ହେଲେ ମହିଳା ରାଜରାସ୍ତାକୁ ଓହ୍ଲାଇବେ । ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ ବୋଲି କହିଛନ୍ତି ।

Congress Rocks In Odisha Assembly Over Hathras Issue

ବିଧାନସଭା ଆରମ୍ଭରୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗିରରେ କୋଭିଡ ନେଇ ଆନ୍ଦୋଳନ ଚାଲିଛି । ହେଲେ ବିଧାୟକ ବିଧାନସଭାରେ ସେହି ପ୍ରସଙ୍ଗ ଉଠାଉ ନାହାନ୍ତି ବୋଲି ନରସିଂହ କହିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ- ଉତ୍ତର ପ୍ରଦେଶ ଘଟଣା ଓଡ଼ିଶା ବିଧାନସଭାରେ ଆଲୋଚନା କରିବା ଉଚିତ ନୁହେଁ ।

Leave a Reply