କଂଗ୍ରେସ କରୁଛି ମାନସ ମନ୍ଥନ, ଏକାଠି ହେଲେ ତୁଙ୍ଗ ନେତା

ଭୁବନେଶ୍ୱର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମାନସ ମନ୍ଥନ । ଗାଁରେ ଭୋଟର ମୁହଁ ଫେରାଇଲେ, ସହରରେ  ଯୋଡ଼ି ହେବା ପାଇଁ କଂଗ୍ରେସର ସମୀକ୍ଷା  ।  ଡିଜିଟାଲ ମେମ୍ବରସିପ୍‌ ଡ୍ରାଇଭ ଓ ସାଂଗଠନିକ ନିର୍ବାଚନ ବ୍ୟାନରରେ ଏକାଠି ହୋଇଛନ୍ତି ତୁଙ୍ଗ ନେତା। ପରାଜୟର ସମୀକ୍ଷା ସହ ଆଗମୀ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ଗ୍ରାଣ୍ଡ ଲୁମ୍ବିନି କନଭେନସନରେ ଚାଲିଥିବା ଡିଜିଟାଲ ମେମ୍ବରସିପ ଡ୍ରାଇଭ ଜରିଆରେ ଆଗାମୀ ଦିନରେ ଦଳ ଲୋକଙ୍କ ପାଖରେ ପହଞ୍ଚିବ । ଏଥିସହ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବ । ସମୀକ୍ଷା ବୈଠକରେ କଂଗ୍ରେସ ପ୍ରଭାରୀ, ସହ ପ୍ରଭାରୀ, ପିସିସି ସଭାପତି, ପୂର୍ବତନ ସଭାପତି, ସାଂସଦଙ୍କ ସହ ଜିଲ୍ଲା ସଭାପତି, ବିଧାୟକ ଓ ତୁଙ୍ଗ ନେତା ଦଳକୁ ଆଗକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସାଢେ ୩ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକରେ ବିଭିନ୍ନ ଏଜେଣ୍ଡା ନେଇ ଆଲୋଚନା ହୋଇଛି । ଦଳ କାହିଁକି ଶୋଚନୀୟ ପରାଜୟ ଭୋଗିଲା? ପରାଜୟ ପଛର କାରଣ କଣ? କିଭଳି ଅଧିକ ସଭ୍ୟ ସଂଗ୍ରହ ହୋଇପାରିବେ?ସରକାର ସପକ୍ଷରେ ବହୁଥିବା ଜନମତକୁ କିଭଳି ନିଜ ସପକ୍ଷରେ ଆଣି ପାରିବେ, ସେନେଇ ବିଚାର ବିମର୍ଶ କରାଯାଇଛି ।

Leave a Reply