ହିନ୍ଦୁ ସତ୍ୟ ପାଇଁ ଲଢ଼ନ୍ତି, ହିନ୍ଦୁତ୍ୱବାଦୀ ହିଂସା ସୃଷ୍ଟି କରନ୍ତି: ରାହୁଲ ଗାନ୍ଧୀ
2 min readଆମେଠି: ଉତ୍ତରପ୍ରଦେଶ ଆମେଠିରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦରବୃଦ୍ଧି ଓ ବିଜେପି ସରକାରଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀ ପୁଣିଥରେ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ପ୍ରସଙ୍ଗକୁ ଉଠାଇଥିଲେ । ଏହି ପଦଯାତ୍ରାରେ ରାହୁଲ କହିଥିଲେ କି ଗାନ୍ଧୀଜି କହିଥିଲେ କି ହିନ୍ଦୁଙ୍କ ରାସ୍ତା ହେଉଛି ସତ୍ୟାଗ୍ରହ କିନ୍ତୁ ହିନ୍ଦୁତ୍ୱବାଦୀଙ୍କ ରାସ୍ତା ହେଉଛି କିପରି ଭାବରେ କ୍ଷମତା ଲାଭ କରିବେ । ଯେଉଁମାନେ ଅନ୍ୟାୟ ପାଇଁ ଲଢ଼େଇ କରନ୍ତି ସେମାନେ ହେଉଛନ୍ତି ହିନ୍ଦୁ ଆଉ ଯେଉଁମାନେ ହିଂସା ବିସ୍ତାର କରୁଛନ୍ତି ସେମାନେ ହେଉଛନ୍ତି ହିନ୍ଦୁତ୍ୱବାଦୀ ବୋଲି କହିଥିଲେ ରାହୁଲ ଗାନ୍ଧୀ ।
Middle-class people and the poor were badly affected by some of the decisions taken by the PM, which also resulted in large scale unemployment. Demonetization, wrongly implicated GST, no help during the Covid crisis are the major reasons for unemployment in India: Rahul Gandhi pic.twitter.com/aNivzSONvZ
— ANI UP/Uttarakhand (@ANINewsUP) December 18, 2021
ଆମେଠିରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ବର୍ତ୍ତମାନ ଗୋଟିଏ ପକ୍ଷରେ ହିନ୍ଦୁମାନେ ଅଛନ୍ତି ଯେଉଁମାନେ ସତ କହୁଛନ୍ତି । ଅନ୍ୟ ପକ୍ଷରେ ରହିଛନ୍ତି ହିନ୍ଦୁତ୍ୱବାଦୀ ଯେଉଁମାନେ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ଏବଂ କ୍ଷମତା ହାତେଇବା ପାଇଁ କିଛି ବି କରିପାରନ୍ତି ବୋଲି ରାହୁଲ କହିଛନ୍ତି । ରାହୁଲ ଆହୁରି କହିଛନ୍ତି କି କେନ୍ଦ୍ର ସରକାର କୃଷକମାନଙ୍କ ଭଲ ପାଇଁ କୃଷି ଆଇନ ଆଣିଥିଲେ । କିନ୍ତୁ ଏକ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ନେଇ କ୍ଷମା ମାଗିଥିଲେ ଏବଂ ଏହି ଆଇନକୁ ପ୍ରତ୍ୟାହାର କରିଥିଲେ । କେନ୍ଦ୍ର ସରକାର ଯେଉଁ ସବୁ ଆଇନ ଆଣିଛନ୍ତି ଯଥା ବିମୁଦ୍ରାକରଣ, ଜିଏସଟି କିମ୍ବା କୃଷି ଆଇନ । ଏହି ସମସ୍ତ ଆଇନ ଫଳରେ ସାଧାରଣ ଲୋକଙ୍କର କିଛି ଲାଭ ହୋଇନାହିଁ । ଏହା କେବଳ ବଡ଼ ବଡ଼ ପୁଞ୍ଜିପତିଙ୍କ ପାଇଁ ହୋଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
You are aware of the situation today. Unemployment and inflation are the biggest questions that neither the CM nor PM will answer. PM was taking a dip in Ganga a few days back but won't talk about unemployment. I'll tell you why the youth is deprived of employment: Rahul Gandhi pic.twitter.com/WcNBIiKzvv
— ANI UP/Uttarakhand (@ANINewsUP) December 18, 2021
ଏହି କାର୍ଯ୍ୟକ୍ରମରେ ରାହୁଲ ଆହୁରି କହିଥିଲେ କି ଲଦାଖରେ ଚୀନ ସେନା ଦିଲ୍ଲୀ ପରିମାଣରେ ଜମି ଭାରତଠାରୁ ଛଡାଇ ନେଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ କିଛି କଲେ ନାହିଁ କି କିଛି କହିଲେନି ମଧ୍ୟ । ଏହି ପ୍ରସଙ୍ଗରେ ଯେତେବେଳେ ମୋଦିଙ୍କୁ ପଚରାଯାଇଥିଲା ସେ କହିଥିଲେ କି କେହି ବି ଭାରତର ଜମି ନେଇ ନାହାନ୍ତି କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଚୀନ ଆମ ଜମି ଅକ୍ତିଆର କରିଛି । ରାହୁଲ ଗାନ୍ଧୀ ଆହୁରି କହିଥିଲେ କି ଦେଶରେ ବେରୋଜଗାରୀ ଓ ଦରବୃଦ୍ଧି ଦୁଇଟି ବଡ଼ ପ୍ରସଙ୍ଗ । କିନ୍ତୁ ଏହି ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉତ୍ତର ରଖୁନାହାନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧୀ ।