ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ କଲା କଂଗ୍ରେସ

ଭୁବନେଶ୍ବର: ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ କଂଗ୍ରେସର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋୟର ପିଏମଜି ବାସଭବନ ଘେରାଉ ଉଦ୍ୟମ । ଗତ ୧୧ ତାରିଖରେ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଯାହାକୁ ନେଇ କଂଗ୍ରେସ ଦୁଇ ଦିନ ହେଲା ପ୍ରତିବାଦ କରିଆସୁଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଗୃହରେ ଅଶାଳୀନ ମନ୍ତବ୍ୟ ପାଇଁ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କ୍ଷମା ମାଗନ୍ତୁ ଓ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଦାବିରେ ଯୁବ କଂଗ୍ରେସ ହୁଙ୍କାର ଦେଇଛି ।
ମୁଖ୍ୟମନ୍ତ୍ରୀ ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ଦାବିରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଏଥିସହିତ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ଉଠାଇବାକୁ ଦାବି ରଖିଲା କଂଗ୍ରେସ। ଯୁବ କଂଗ୍ରେସର ଶତାଧିକ ନେତା ଓ କାର୍ଯ୍ୟକର୍ତ୍ତା ଭୁବନେଶ୍ୱର କ୍ଲବ ନିକଟରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ କରିଛନ୍ତି।