୯ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ : କଂଗ୍ରେସ

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ପୋଡ଼ିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। କଂଗ୍ରେସ ସଦସ୍ୟ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ । ନଅ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ । ଏହା ବିରୋଧରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଦଳ ଧାରଣା ଦେଇଛନ୍ତି । ରାଜ୍ୟରେ ୧୬ଶହ ମହିଳା ନିଖୋଜ ଅଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛି । ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢୁଛି । ନାରୀ ସୁରକ୍ଷା ପାଇଁ ସରକାରର କୌଣସି ଯୋଜନା ନାହଁ କି ଆଇନ ନାହିଁ । ସରକାର ମହିଳା କି ଶିଶୁଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ସଦସ୍ୟ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆଜି ଓଡ଼ିଶା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ଓ ଆଗକୁ ବି ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ସଦସ୍ୟ ।