spot_img

Latest Posts

ଧମକ ଓ ଷଡ଼ଯନ୍ତ୍ରକୁ ଖାତିର କରିବନି କଂଗ୍ରେସ: ଆହୁରି ଶାଣିତ ହେବ ମହିଳା ନିର୍ଯାତନା ବିରୋଧୀ ଲଢ଼େଇ

ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ଲଗାତାର ଆନ୍ଦୋଳନ ପରେ ଡ଼ରିଯାଇଛି ଶାସକ ଦଳ। ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯିବା ସହ ମାଡ଼ ମରାଯାଇଥିଲା। ବିଧାନସଭା ଘେରାଉକୁ ମଧ୍ୟ ଶାସକ ବିଜେପିର ସଦସ୍ୟଙ୍କ ଦ୍ୱାରା ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା ବୋଲି କହିଛି କଂଗ୍ରେସ। ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଗତକାଲି କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାଯ୍ୟାନୁଷ୍ଠାନ କରିଥିବା ଅଭିଯୋଗ ହେବା ସହ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ରାଜ୍ୟ ସରକାର ଯେତିକି ପୋଲିସ ନିୟୋଜିତ କରିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସଜାଡ଼ିବା ଏବଂ ମା’ମାନଙ୍କୁ ସୁରକ୍ଷା ଦେବା କ୍ଷତ୍ରରେ ସେତିକି ପୋଲିସ ନିୟୋଜିତ କରିଥିଲେ ଭଲ ହୋଇଥାନ୍ତା ବୋଲି ଦଳ କହିଛି। ସେପଟେ ସରକାର ଆତଙ୍କରାଜ ସୃଷ୍ଟି କରି ଯଦି କଂଗ୍ରେସର ସ୍ୱର ଦାବିବାକୁ ଉଦ୍ୟମ କରନ୍ତି ତେବେ ଆଗକୁ ଜୋରଦାର ଲଢେଇ ହେବ ।

ସେପଟେ ସରକାରଙ୍କୁ କଂଗ୍ରେସର ଡର ଘାରିଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ସେଥିପାଇଁ ଭୟରେ ଗତକାଲି ଆନ୍ଦୋଳନ ପୂର୍ବରୁ କଂଗ୍ରେସ ନେତାଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖାଗଲା। କିନ୍ତୁ କୌଣସି ସ୍ଥିତିରେ ମଧ୍ୟ କଂଗ୍ରେସ ଡ଼ରିବାର ପ୍ରଶ୍ନ ଉଠୁନି। ମା, ଭଉଣୀଙ୍କ ପାଇଁ ଏହି ଲଢେଇ ତୃଣମୂଳ ସ୍ତରକୁ ଯିବ ଓ ଆହୁରି ଜୋରଦାର ହେବ ବୋଲି କୁହାଯାଇଛି। ସେପଟେ ସରକାର ପୋଲିସକୁ ଲଗାଇ ସମସ୍ତ ପ୍ରକାର ବେଆଇନ ପନ୍ଥା ଆପଣାଉଥିବା ଅଭିଯୋଗ ହୋଇଛି। ଖୋଦ ସରକାର ସବୁ ଆଇନ ଉଲ୍ଲଂଘନ କରୁଥିବା ବେଳେ ଓଲଟା ନାରୀଙ୍କ ପାଇଁ ଲଢ଼ୁଥିବା କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହାର ଜବାବ ଦୃଢ଼ ହସ୍ତରେ ଦିଆଯିବ ବୋଲି କୁହାଯାଇଛି। ବିଧାନସଭାରେ ଲଗାତର ଆନ୍ଦୋଳନ କରି ବିଧାୟକମାନେ ନିଲମ୍ବିତ ହେବା ପରେ ରାଜରାସ୍ତାରେ ଦମ ଦେଖାଇଛି କଂଗ୍ରେସ। ଆଗକୁ ଜିଲ୍ଲା ଓ ବ୍ଲକ ସ୍ତରରେ ଆହୁରି ଜୋରଦାର କାର୍ଯ୍ୟକ୍ରମ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ।

Latest Posts

Don't Miss