spot_img

Latest Posts

୩୦ ଜାନୁୟାରୀରୁ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ହତ୍ୟା ଦିବସରୁ ଓଡିଶା ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଜାନୁଆରୀ ୩୦ରେ  ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ମାଲକାନଗିରିରୁ ଦଳ ଆରମ୍ଭ କରିବ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା । ଗୋଟିଏ ବ୍ଲକରେ ଗୋଟିଏ ଦିନ ପଦଯାତ୍ରା ହେବ ।  ପ୍ରତି ଜିଲ୍ଲାରେ ୨୦ କିଲୋମିଟର ଚାଲିବେ କଂଗ୍ରେସ କର୍ମୀ ଓ ନେତା । ମାଲକାନାଗିରରି ୫ଦିନ ଧରି ପଦଯାତ୍ରା ହେବ। ଏହାପରେ ନବରଙ୍ଗପୁର, କୋରାପୁଟ , ରାୟଗଡା ପରେ ପୂରା ଓଡିଶାରେ ପଦଯାତ୍ରା କରାଯିବ।  ବିଜେପି ସରକାରଙ୍କ ବିଫଳତା ସହ ସ୍ଥାନୀୟ ଅଂଚଳରେ ହେଉଥିବା ସମସ୍ୟାକୁ ନେଇ ପଦଯାତ୍ରା ଆୟୋଜନ କରାଯିବ। ଏହାସହ ଧାନମଣ୍ଡି ସମସ୍ୟା, ବିଜୁଳି ସମସ୍ୟା ପରି ଅନେକ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଫେବୃଆରୀରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ଦଳ।

ବିଜେପି ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ଲମ୍ବା ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଛି କଂଗ୍ରେସ । ଦଳର ରାଜନୈତିକ ବ୍ୟାପାର କମିଟିରେ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । କଂଗ୍ରେସ ସଂଗଠନକୁ  ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ ରଖାଯାଇଛି ଭିଜନ। ନୂଆବର୍ଷରୁ ଅସଜଡା କଂଗ୍ରେସକୁ ସଜାଡିବା ସହ ଘନଘନ ରାଜନୈତିକ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସକୁ ଚଳଚଞ୍ଚଳ କରିବାକୁ ପିସିସି ସଭାପତି ପ୍ରସ୍ତୁତ କରିଛନ୍ତି ଖସଡ଼ା।  ଏହାକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର ।

Latest Posts

Don't Miss