spot_img

Latest Posts

ନିର୍ବାଚନ ପରିଚାଳନା ନିୟମାବଳୀ ସଂଶୋଧନ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ରେ ସଂଶୋଧନ ପ୍ରସଙ୍ଗ। ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ। ନିର୍ବାଚନ ପରି ଏକ ପ୍ରକ୍ରିୟାର ସ୍ବଚ୍ଛତା ବିପନ୍ନ ହେବାରେ ଲାଗିଛି ବୋଲି କହିଛି ଦଳ। ଅପବ୍ଯବହାର ରୋକିବା ଲାଗି ସିସିଟିଭି କ୍ଯାମେରା, ୱେବକାଷ୍ଟିଂ ଫୁଟେଜ ଓ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ ଡକ୍ଯୁମେଣ୍ଟ ହସ୍ତାନ୍ତର କରାଯାଇପାରିବ ନାହିଁ ଦର୍ଶାଇ ଏହି ନିୟମାବଳୀ ସଂଶୋଧନ କରିଥିଲେ ସରକାର। ଏହି ପ୍ରମୁଖ ଆଇନକୁ ନିର୍ବାଚନ କମିଶନ ଏକପାଖିଆ ଭାବେ ବଦଳାଇପାରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି- ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ। ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଏହାର ଉଦ୍ଦେଶ୍ଯ। ଗତ ଶୁକ୍ରବାର ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ର ଧାରା ୯୩(୨)(କ)ର ସଂଶୋଧନ କରିଥିଲେ।

Latest Posts

Don't Miss