spot_img

Latest Posts

ହିମାଚଳକୁ ଅଫର୍‌ ଦେଲା କଂଗ୍ରେସ, କ୍ଷମତାକୁ ଆସିଲେ ମିଳିବ ଏହି ସବୁ ସୁବିଧା

ଶିମଲା: ପାଖେଇ ଆସୁଛି ହିମାଚଳ ପ୍ରଦେଶ ନିର୍ବାଚନ । ରାଜ୍ୟରେ କଂଗ୍ରେସର ଜୋରଦାର ପ୍ରଚାର । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବାଘେଲ । ହିମାଚଳରେ ଏବେ ଦାରିଦ୍ର୍ୟ, ବେରୋଜଗାରୀ, ପ୍ରିୟାପ୍ରୀତି ତୋଷଣ ଚାଲିଛି । ବିକାଶ ଠାରୁ ରାଜ୍ୟ ଦୂରେଇ ଯାଇଛି । ଛତିଶଗଡ଼ରେ ଯେଉଁସବୁ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି ତାହାର କିୟଦଂଶ ହିମାଚଳରେ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଆୟୋଜିତ ନିର୍ବାଚନ ସଭାରେ ସେ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ, ଶ୍ରମିକ, କୃଷକଙ୍କ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯିବ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଯେଉଁ ସବୁ ବିକାଶ କାର୍ଯ୍ୟ କରିଥିଲା ତାହାକୁ ନେଇ ବିଜେପି ସରକାର ରାଜନୀତି କରୁଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବାଘେଲ ହିମାଚଳ ପାଇଁ ୧୦ଟି ଗ୍ୟାରେଣ୍ଟି ଜାରି କରିଛନ୍ତି । ପୁରୁଣା ପେନସନ ସ୍କିମ ଲାଗୁ, ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା, ୩୦୦ ୟୁନିଟ ମାଗଣା ବିଜୁଳି, ୫ ଲକ୍ଷ ଯୁବପୀଢୀଙ୍କୁ ଚାକିରି, ଫଳ ମୂଲ୍ୟ ମାଳି ନିର୍ଦ୍ଧାରଣ କରିବା ନିୟମ, ୟୁବକଙ୍କ ପାଇଁ ୬୮୦ କୋଟି ଟଙ୍କା ଷ୍ଟାର୍ଟ ଅପ ଫଣ୍ଡ, ମୋବାଇଲ କ୍ଲିନିକରେ ପ୍ରତି ଗାଁରେ ମାଗଣା ଚିକିତ୍ସା, ପ୍ରତି ବିଧାନସଭା କ୍ଷେତ୍ରରେ ୪ଟି ଇଂରାଜୀ ମିଡିୟମ ସ୍କୁଲ, ଦୁଗ୍ଧଚାଷୀଙ୍କ ଠୁ ପ୍ରତିଦିନ ୧୦ ଲିଟର ଦୁଗ୍ଧ କିଣା, କିଲୋପିଛା ଦୁଇ ଟଙ୍କା ମୂଲ୍ୟରେ ଗୋବର କ୍ରୟ ଆଦି ସ୍କିମର ପ୍ରତିଶ୍ରୁତି ଦେଇଛନ୍ତି ବାଘେଲ ।

Latest Posts

Don't Miss