କଂଗ୍ରେସ ସାଂସଦ ରାଜୀବ ସାତବଙ୍କ କରୋନାରେ ପରଲୋକ

1 min read

ମୁମ୍ବାଇ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତବଙ୍କର କରୋନା ସଂକ୍ରମଣ କାରଣରୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ସାତବେ ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ । ଗତ କିଛିଦିନ ଧରି ସେ ପୁଣେର ଏକ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । କୁହାଯାଉଛି ଯେ, ସେ କରୋନା ଭାଇରସର ନୂଆ ଭେରିଏଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟତମ ସାତବଙ୍କର ରିପୋର୍ଟ ୨୨ ଏପ୍ରିଲରେ ପଜିଟିଭ୍ ଆସିଥିଲା । ଏହାପରେ ସେ ନୂଆ ଭେରିଏଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି କୁହାଯାଉଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ପରେ ତାଙ୍କୁ ପୁଣେର ଜାହାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ ।

ରାଜୀବ ସାତବଙ୍କ ମୃତ୍ୟୁକୁ ନେଇ କଂଗ୍ରେସରେ ଶୋକର ଲହରୀ ଖେଳି ଯାଇଛି । କଂଗ୍ରେସ ନେତା ରଣଦୀପ ସୁରଜେବାଲା ଟ୍ୱିଟ୍ କରି ଲେଖିଛନ୍ତି ଯେ, ରାଜୀବଙ୍କ ସାଦାସିଧା ଜୀବନ,ହସ,ମାଟି ସହିତ ସଂପର୍କ,ନେତୃତ୍ୱ ଓ ପାର୍ଟି ପ୍ରତି ନିଷ୍ଠା ଓ ବନ୍ଧୁତା ସବୁବେଳେ ମନେ ରହିବ ।

ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ନିଜ ବନ୍ଧୁଙ୍କୁ ହରାଇ ଦୁଃଖିତ ।
୨୦୧୪ ସାଧାରଣ ନିର୍ବାଚନରେ ରାଜୀବ ପ୍ରଥମ ଥର ପାଇଁ ହିଙ୍ଗୋଲି ଆସନ ଜିତିଥିଲେ । ଏବେ ସେ ରାଜ୍ୟସଭା ସାସଂଦ ଥିଲେ ।

Leave a Reply