କଂଗ୍ରେସ ସାଂସଦ ରାଜୀବ ସାତବଙ୍କ କରୋନାରେ ପରଲୋକ
1 min readମୁମ୍ବାଇ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତବଙ୍କର କରୋନା ସଂକ୍ରମଣ କାରଣରୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ସାତବେ ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ । ଗତ କିଛିଦିନ ଧରି ସେ ପୁଣେର ଏକ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । କୁହାଯାଉଛି ଯେ, ସେ କରୋନା ଭାଇରସର ନୂଆ ଭେରିଏଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟତମ ସାତବଙ୍କର ରିପୋର୍ଟ ୨୨ ଏପ୍ରିଲରେ ପଜିଟିଭ୍ ଆସିଥିଲା । ଏହାପରେ ସେ ନୂଆ ଭେରିଏଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି କୁହାଯାଉଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ପରେ ତାଙ୍କୁ ପୁଣେର ଜାହାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ ।
निशब्द !
आज एक ऐसा साथी खो दिया जिसने सार्वजनिक जीवन का पहला कदम युवा कांग्रेस में मेरे साथ रखा और आज तक साथ चले पर आज…
राजीव सातव की सादगी, बेबाक़ मुस्कराहट, ज़मीनी जुड़ाव, नेत्रत्व और पार्टी से निष्ठा और दोस्ती सदा याद आयेंगी।
अलविदा मेरे दोस्त !
जहाँ रहो, चमकते रहो !!! pic.twitter.com/5N94NggcHu
— Randeep Singh Surjewala (@rssurjewala) May 16, 2021
ରାଜୀବ ସାତବଙ୍କ ମୃତ୍ୟୁକୁ ନେଇ କଂଗ୍ରେସରେ ଶୋକର ଲହରୀ ଖେଳି ଯାଇଛି । କଂଗ୍ରେସ ନେତା ରଣଦୀପ ସୁରଜେବାଲା ଟ୍ୱିଟ୍ କରି ଲେଖିଛନ୍ତି ଯେ, ରାଜୀବଙ୍କ ସାଦାସିଧା ଜୀବନ,ହସ,ମାଟି ସହିତ ସଂପର୍କ,ନେତୃତ୍ୱ ଓ ପାର୍ଟି ପ୍ରତି ନିଷ୍ଠା ଓ ବନ୍ଧୁତା ସବୁବେଳେ ମନେ ରହିବ ।
ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ନିଜ ବନ୍ଧୁଙ୍କୁ ହରାଇ ଦୁଃଖିତ ।
୨୦୧୪ ସାଧାରଣ ନିର୍ବାଚନରେ ରାଜୀବ ପ୍ରଥମ ଥର ପାଇଁ ହିଙ୍ଗୋଲି ଆସନ ଜିତିଥିଲେ । ଏବେ ସେ ରାଜ୍ୟସଭା ସାସଂଦ ଥିଲେ ।