spot_img

Latest Posts

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡିଶା ଆସିବାକୁ ଅନୁରୋଧ କରାଯାଇଛି: ନିରଂଜନ ପଟ୍ଟନାୟକ

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡିଶା ଆସିବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପିସିସି ସଭାପତି ମଧ୍ୟ ଦିଲ୍ଲୀ ଯାଇ ସେ ବିଷୟରେ ଆଲୋଚନା କରିଛନ୍ତି l ଯଦି ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବେ ତାହାଲେ ରାଜ୍ୟ କଂଗ୍ରେସ ପାଇଁ ଭଲ ହେବ ବୋଲି ନିରଂଜନ କହିଛନ୍ତି । କେନ୍ଦ୍ରୀୟ ନେତା ଓଡିଶାକୁ ଆସିଲେ ଦଳ ପାଇଁ ଭଲ l ପିସିସି ସଭାପତି ତାଙ୍କ ଅଭିଜ୍ଞତାରେ ଦଳକୁ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି l ତୃଣମୂଳ ସଂଗଠନକୁ କ୍ରିୟାଶୀଳ କରିବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି l ତେବେ କଂଗ୍ରେସ ଓଡିଶାରେ ବିକଳ୍ପ ହେବ କି ନାହିଁ ଏବେ ଠାରୁ କହିବା ସମ୍ଭବ ନୁହେଁ l ଆମେ ଉଦ୍ୟମ ଜାରି ରଖିଛୁ ବୋଲି କହିଛନ୍ତି ନିରଂଜନ । ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଓଡିଶା ଆସିବା ପାଇଁ ଗୋଟିଏ ପୃଷ୍ଠଭୂମି ନିର୍ମାଣ ହେବା ଆବଶ୍ୟକ ।

ପୂର୍ବଥର ଯେତେବେଳେ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ ସେତେବେଳେ ଦଳ ପାଖରେ ଏକ ନ୍ୟାରେଟିଭ ଥିଲା । ଏବେ ରାଜ୍ୟର ଗୋଟିଏ ବଡ ପ୍ରସଙ୍ଗ ହେଉଛି ଚାଷୀଙ୍କ ସମସ୍ୟା । ତେବେ ପ୍ରିୟଙ୍କା ଗାନ୍ଧୀ ଆସିବା ସ୍ପଷ୍ଟ ହୋଇନାହିଁ କିନ୍ତୁ ଚାଷୀ ସମସ୍ୟାକୁ ନେଇ ଆମେ ଆଗକୁ କେନ୍ଦ୍ରୀୟ ନେତାଙ୍କୁ ଆଣିବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି ଭକ୍ତ ।

Latest Posts

Don't Miss