ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଦଳ ପ୍ରସଙ୍ଗରେ ତାଙ୍କୁ ହାଇକମାଣ୍ଡଙ୍କ ଫୋନ୍ ଆସିଥିଲା ଏବଂ ସେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ସୁର ରାଉତରାୟ । ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ଏକାଠି ହେବୁ । କେଉଁ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିବୁ ନିଷ୍ପତ୍ତି ନେବୁ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତାବ ରଖାଯିବ । ସଂଗଠନ ମଜଭୁତ ହେବା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ତାରା । ସେପଟେ ପୂର୍ବରୁ ପିସିସି ପରିବର୍ତ୍ତନ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏନେଇ ପ୍ରଭାରୀ ହାଇକମାଣ୍ଡଙ୍କୁ ମଧ୍ୟ ରିପୋର୍ଟ ଦିଆଯିବ ।

ଏଥିସହିତ ପଢ଼ନ୍ତୁ: ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି