ସାମ୍ବାଦିକ ସ୍ବାସ୍ଥ୍ୟବୀମା ୨୦ ଲକ୍ଷ କରିବା ସହ ବାପାମାଆଙ୍କୁ ସାମିଲ କରିବାକୁ ତାରାଙ୍କ ଦାବି
ଭୁବନେଶ୍ବର: ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମାର ଅବଧି । ତୁରନ୍ତ ସାମ୍ବାଦିକଙ୍କୁ ୨୦ ଲକ୍ଷ ବୀମା ସହ ବାପା ମାଆଙ୍କୁ ଏଥିରେ ସାମିଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ଆଜି ବିଧାନସଭାରେ ସାମ୍ବାଦିଙ୍କ ପ୍ରସଙ୍ଗ ଉଠାଇବା ସହ ଏପରି ଦାବି କରିଛନ୍ତି ତାରା । ସେ କହିଛନ୍ତି, ସାମ୍ବାଦିକମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବର୍ତ୍ତମାନ ସାମ୍ବାଦିକ ବୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ହୋଇଛି । ଏହି ରାଶିକୁ ବୃଦ୍ଧି କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ତାରା ଦାବି କରିଛନ୍ତି ।