କଂଗ୍ରେସ କନ୍ଦଳକୁ ନେଇ ସୁର ରାଉତରାୟ କହିଲେ କିଛି ଏମିତି କଥା…

ଭୁବନେଶ୍ୱର : କଂଗ୍ରେସର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ପିସିସି ଓ ଏଆଇସିସି ଭିତରେ ସମନ୍ୱୟ ଅଭାବ ଯୋଗୁ ପରିସ୍ଥିତି ବିଷମ ହେଉଥିବା ସେ କହିଛନ୍ତି । ଯେଉଁଥିପାଇଁ ଗତକାଲି ଯୁବ କଂଗ୍ରେସ ସଭାପତି ଅଙ୍କକଷା ବେଳେ କଂଗ୍ରେସ ଭବନ ଆଗରେ ନେତାଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ଦଳୀୟ କନ୍ଦଳ ପ୍ରସଙ୍ଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି ।


ଉଭୟ ପିସିସି ଓ ଏଆଇସିସିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ଗୋଷ୍ଠୀ ବିବାଦ ବଢାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋମବାର ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ମୁଖ୍ୟାଳୟ ବାହାରେ ହୋହଲ୍ଲା କରିଥିଲେ ଦଳୀୟ ନେତା । ଏହକୁ ନେଇ ପିସିସି ସଭାପତି ଓ ଏଆଇସିସି ସାଧାରଣ ସଂପାଦିକା ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିଯୋଗୁଁ ଦଳକୁ କ୍ଷତି ପହଞ୍ଚିଛି ବୋଲି କଟାକ୍ଷ କରିଛନ୍ତି ଦଳର ଏହି ବରିଷ୍ଠ ବିଧାୟକ ।


ସେପଟେ ନେତାଙ୍କ ଭିତରେ ବିଭାଜନ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ପିସିସି ସଭାପତି । ହେଲେ ତାଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ବୟାନ ଭିତ୍ତିହୀନ ବୋଲି ମଧ୍ୟ ଦାବି କରିଛନ୍ତି । ଦଳର ଅନ୍ୟ ଯୁବ ନେତା ବି ଦଳୀୟ କନ୍ଦଳକୁ ଅସ୍ୱୀକାର କରିଛନ୍ତି । କଂଗ୍ରେସରେ କନ୍ଦଳ ନୂଆ କଥା ନୁହେଁ । ହେଲେ ଓଡ଼ିଶାରେ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଥିବା ଦେଶର ସର୍ବ ପୁରାତନ ଦଳକୁ ଆତ୍ମସମୀକ୍ଷାର ସମୃୟ ଆସିଥିବା ଚର୍ଚ୍ଚା ହେଉଛି ।

Leave a Reply