spot_img

Latest Posts

ହଜାର ହଜାର କର୍ମୀଙ୍କ ସହ ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ

ଭୁବନେଶ୍ବର: ଦିନକୁ ଦିନ ବଢୁଛି ବିଜେଡି ବଳ। ଦଳରେ ସାମିଲ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ମନ୍ମଥ।

ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ତାଙ୍କ ଯୋଗଦାନ ଫଳରେ ଅଧିକ ଶକ୍ତିଶାଳୀ ହେବ। ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ୱରର ହଜାର ହଜାର କର୍ମୀଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଭିଁଏ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ଦଳରେ ସାମିଲ ହୋଇଥିବା ନେଇ ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ।

 

ମୁଁ ବାବାଙ୍କ ଆଶିର୍ବାଦ ନେଇ ଆଜି ଆସିଛି । ବିଜୁ ବାବୁ ହେଉଛନ୍ତି ମୋ ଆଦର୍ଶ । ମୁଁ ପାଠ ପଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ୍ ପ୍ରଦାନ କରିଥିଲେ, ସେ ସମୟକୁ କେବେ ଭୁଲିପାରିବି ନାହିଁ । ଗ୍ରାଉଣ୍ଡ ସ୍ତରକୁ ଯାଇ କେମିତି କାମ କରିହେବ ତାହା ଦେଖାଇଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାମର ଶୈଳୀ ମୋତେ ବହୁତ ପସନ୍ଦ । ତାହା ଗ୍ରାଉଣ୍ଡରେ ଦେଖାଯାଏ । ସାଂଗଠନିକ ସଂପଦାକ ପ୍ରଣବ ପ୍ରକାଶ ଦାସ ମତେ ଗାଇଡ କରିଛନ୍ତି । ବାପାଙ୍କ ସମ୍ମାନ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ମନ୍ମଥ ।

ମିଶ୍ରଣ ପର୍ବରେ ପ୍ରତିକ୍ରିୟା ରଖିବା ବେଳେ ଭାବବିହ୍ୱଳ ହୋଇପଡିଲେ ମନ୍ମଥ। ପ୍ରଥମଥର ପାଇଁ ବାବାଙ୍କ ଠାରୁ ଅଲଗା ହୋଇ ରାଜନୀତିର ମଞ୍ଚରେ ବସିଛି। ମୋ ଉପରେ ବାବାଙ୍କ ଆଶିର୍ବାଦ ରହିଛି । ସେ ମୋତେ ସଦାବେଳେ ଶିଖାଇ ଆସିଛନ୍ତି, ଯେଉଁ ଦଳରେ ରହିବ, ସେଠି ଶେଷ ଯାଏଁ ଜଣେ କର୍ମୀ ତଥା ସୈନ୍ୟ ଭାବରେ କାମ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ମଥଙ୍କ ସହ ସସ୍ମିତା ଗୁମାନସିଂ, ବିଜୟ ମହାନ୍ତି, ଜ୍ୟୋତିର୍ମୟୀ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର, ମନ୍ମଥ ଜେନା, ପ୍ରଶାନ୍ତ ପଟ୍ଟନାୟକ, ଦୁଃଶାସନ ସ୍ୱାଇଁ, ସୁଧାଂଶୁ ବଡ଼ଜେନା, ସୁରେନ୍ଦ୍ର ଜଗଦେବ, ଚନ୍ଦ୍ରଶେଖର ଗୁମାନସିଂ, ଭବାନୀ ଭଞ୍ଜ, ସୁବ୍ରତ ରଣା, ଆଶିଷ ବେହେରା, ବ୍ରଜ ବଡ଼ଜେନା, ପଦ୍ମ ଚରଣ ପ୍ରଧାନ, ଭୁସେନ ରାଏ, ବୃନ୍ଦାବନ ସାହୁ, ଜିତେନ୍ଦ୍ର ରଥ, ସୀତା ରାୟତ, ଇତିଶ ପାହାଡ଼ସିଂ, ସଂକେତ ପାଟଶାଣୀଙ୍କ ସମେତ ପ୍ରାୟ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି । ଏହି ଅବସରରେ ଉପସ୍ଥିତ ଥିଲେ ଦଳୀୟ ନେତା ତଥା ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ । ମନ୍ମଥ କିଛି ଦିନ ତଳେ ଭାରତୀୟ ବାୟୁସେନାରୁ ଅବସର ନେଇଛନ୍ତି ।

Latest Posts

Don't Miss