ଅଣ୍ଡାମାଡ଼ ପ୍ରସଂଗରେ ନରସିଂହଙ୍କୁ ସୁରଙ୍କ ଜବାବ: କହିଲେ, ଜନ ପ୍ରତିନିଧିଙ୍କୁ ତାଙ୍କ କାମ କରିବାକୁ ଦିଆଯାଉ

ଭୁବନେଶ୍ୱର: ଅଣ୍ଡାମାଡ଼ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମୁହାଁମୁହିଁ ହୋଇଛନ୍ତି । ନରସିଂହ କହିଛନ୍ତି, ଏହା ବିରୋଧୀଙ୍କର ମୌଳିକ ଅଧିକାର । ଅଣ୍ଡାମାଡ଼ କୌଣସି ବ୍ୟକ୍ତିଙ୍କୁ ଆଘାତ ଦେଇନଥାଏ । ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାନଯାଉ । ଅଣ୍ଡାମାଡ଼ ପ୍ରତିବାଦର ଏକ ମାଧ୍ୟମ । ଏନେଇ ବିଭିନ୍ନ ଉଦାହରଣ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଅନ୍ୟପକ୍ଷରେ ନରସିଂହଙ୍କ ମନ୍ତବ୍ୟକୁ ତାଙ୍କ ଦଳର ବିଧାୟକ ସୁରେଶ ରାଉତରାୟ ତାତ୍ସଲ୍ୟ କରିଛନ୍ତି । ସୁରେଶ କହିଛନ୍ତି, ନରସିଂହଙ୍କର କୁକୁଡ଼ା ଫାର୍ମ ଅଛି । ତେଣୁ ସେ ଅଣ୍ଡାମାଡ଼ ସପକ୍ଷରେ ଅଛନ୍ତି । ନରସିଂହଙ୍କ ପୁଅ ମଧ୍ୟ ଅଣ୍ଡା ବ୍ୟବସାୟ କରୁଛନ୍ତି । ଲୋକଙ୍କୁ ଅଣ୍ଡା ଯୋଗାଉଥିବାରୁ ନରସିଂହଙ୍କୁ ସୁର ଧନ୍ୟବାଦ ଦେଇଛନ୍ତି । କିନ୍ତୁ ଅଣ୍ଡାମାଡ଼କୁ ବିରୋଧ କରିଛନ୍ତି ସୁର । ଜନପ୍ରତିନିଧିଙ୍କୁ ତାଙ୍କ କାମ କରିବାକୁ ଦିଆଯାଉ । ବାରମ୍ବାର ପ୍ରତିବାଦ ଦ୍ୱାରା ଲୋକଙ୍କ କାମ ହେଉନାହିଁ ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

 

Leave a Reply