ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ସୁର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବଙ୍କୁ ଧନ୍ୟବାଦ ଦେଲେ ସୁର । ଖୁସିରେ ମିଠା ବାଣ୍ଟିଲେ । ଏ ନିଷ୍ପତ୍ତି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ଏପ୍ରିଲ ୧ ତାରିଖରେ ସମ୍ବର୍ଦ୍ଧିତ କରିବେ ବୋଲି କହିଲେ ସୁର ରାଉତରାୟ। ଦୀର୍ଘଦିନ ହେଲା ସେ ଏ ପ୍ରସଙ୍ଗରେ ଦାବି କରି ଆସୁଥିଲେ। ଏହି ନିଷ୍ପତ୍ତି ଦ୍ୱାରା ଜଟଣୀ ଖୋର୍ଦ୍ଧା ପୁରୀ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି କହିଲେ ସୁର । ବିଜେଡି ବିଧାୟକ ଉମା ସାମନ୍ତରାଏ ବି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ।

ସୂଚନା ଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଏ ନେଇ ଜାରି ହୋଇଛି ଅଧ୍ୟାଦେଶ । ଏହାଦ୍ୱାରା ପରିଚାଳନା କମିଟିରେ ଅଧୀନରେ ଥିବା ସ୍ଥାବର ସମ୍ପତ୍ତି, ଜମିବାଡିର ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ହୋଇପାରିବ । ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ଓ ତୁରନ୍ତ ଫୈସଲା ପାଇଁ କାର୍ଯ୍ୟକାରୀ ହେବ ।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାବର ସଂପତ୍ତିକୁ ବିକ୍ରି, ଲିଜ୍‌ କିମ୍ବା ବନ୍ଧା ପକାଇବା ବେଳେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ପୂର୍ବ ଅନୁମୋଦନ ଦରକାର ପଡୁଥିଲା । କିନ୍ତୁ ଏଣିକି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ସରକାରଙ୍କ ଅନୁମୋଦନ ଦରକାର ପଡିବ ନାହିଁ । ଅଧ୍ୟାଦେଶ ଆସିବା ପରେ ସେ ସମ୍ପର୍କିତ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି । ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେମିତି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକ ପ୍ରମୁଖଙ୍କୁ ନିର୍ଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତରୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।

Leave a Reply