ନିଜ ମୁହଁରେ ନିଜେ କଳା ବୋଳିବେ ଏହି କଂଗ୍ରେସ ବିଧାୟକ, ଜାଣନ୍ତୁ କାହିଁକି ?

ଭୋପାଳ: କଂଗ୍ରେସର ନବ ନିର୍ବାଚିତ ଓ ଚର୍ଚ୍ଚିତ ବିଧାୟକ ଫୁଲ ସିଂ ବରୈୟା ମୁହଁ କଳା କରିବେ  । ଏବେ ପ୍ରଶ୍ନ ଉଠୁଛି ସେ କାହା ମୁହଁ କଲା କରିବେ  । ସେ ପ୍ରକୃତରେ ତାଙ୍କ ନିଜ ମୁହଁ କଳା କରିବେ  । ଚଳିତଥର ଭାଣ୍ଡେର ସିଟରୁ ନିର୍ବାଚନ ଲଢି ଜିତିଛନ୍ତି ଫୁଲ ସିଂ ବରୈୟା  । ବିଜେପିର ବିପୁଳ ବିଜୟ ମଧ୍ୟରେ ଫୁଲ୍‌ ସିଂ ବାଜିମାତ କରିଛନ୍ତି  । କିନ୍ତୁ ବିଜୟ ପର ବି ସେ ନିଜ ମୁହଁ କଳା କରିବେ  ।

ସର୍ବସାଧାରଣ ସ୍ଥାନରେ ସେ ଏଭଳି କରିବେ  । ଆଗାମୀ ଡିସେମ୍ବର ୭ ଦିନ ୨ଟା ବେଳେ ରାଜଭବନ ସାମନାରେ ସେ ମୁହଁରେ କଳା ବୋଳିବେ  । ଏବେ ଆପଣଙ୍କୁ ଆମେ କହିବୁ ଯେ ସେ ଏପରି କାହିଁକି କରିବେ ? ଫୁଲ ସିଂ ବରୈୟା ନିର୍ବାଚନ ପୂର୍ବରୁ କହିଥିଲେ ଯଦି ମଧ୍ୟ ପ୍ରଦେଶରେ ବିଜେପି ୫୦ରୁ ଅଧିକ ଆସନରେ ଜିତେ ତେବେ ସେ ନିଜ ମୁହଁ କଳା କରିବେ  ।

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଫୁଲ ସିଂ ବରୈୟା ଭାଣ୍ଡେର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ସେ ୨୯ ହଜାର ୪୩୮ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ  । ଏହି ଆସନରୁ ୨୦୧୮  ନିର୍ବାଚନ ଓ ୨୦୨୦ ଉପନିର୍ବାଚନରେ ବିଜେପି ଜିତି ଆସୁଥିଲା  । କିନ୍ତୁ ଏଥର କଂଗ୍ରେସକୁ ଭରସା କରି ଫୁଲ ସିଂ ବରୈୟାଙ୍କୁ ଭୋଟ ଦେଇ ଜିତାଇଛନ୍ତି ଭୋଟର  ।