ପ୍ରଚାର ବେଳେ ମୁହାଁମୁହିଁ ନେତା ଓ ଭୋଟର, ବିଧାୟକଙ୍କୁ ଜବାବ ମାଗିଲେ ଜନତା

1 min read

କଣ୍ଟାବାଞ୍ଜି: ପ୍ରଚାର ବେଳେ ବିଧାୟକ ଓ ଭୋଟର କଥା କଟାକଟି ହୋଇଥିବା ନଜର ଆସିଛି। ଏପରିକି ନିର୍ବାଚନୀ ସଭାରେ କଂଗ୍ରେସ ବିଧାୟକଙ୍କୁ ସିଧା ଜବାବ ମାଗିଛନ୍ତି ଭୋଟର । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ବେହେରେନସିଲେଟ ଗାଁରେ ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ପୁରୁଣା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଗାଁର ଜଣେ ଯୁବକ ବିଧାୟକଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଏପରିକି କଣ୍ଟାବାଞ୍ଜି ସହରରୁ ବେହେରେନସିଲେଟ ଗାଁକୁ ପକ୍କା ରାସ୍ତା ନେଇ ଭୋଟର ଓ ନେତା ମୁହାଁମୁହିଁ ହୋଇଥିଲେ।

କଥା କଟାକଟି ଏତେ ମାତ୍ରାରେ ବଢିଥିଲା ଯେ ବିଧାୟକ ରାଗିଯାଇ କହିଥିଲେ- ବିଜେଡି ଓ ବିଜେପିକୁ ଭୋଟ ଦେବ, ନହେଲେ ନୋଟାରେ ଭୋଟ ଦେବ। ଏଭଳି କେଇପଦ କହି ରାଗ ତମତମ ସାଲୁଜା ଘଟଣାସ୍ଥଳରୁ ଚାଲିଆସିଥିଲେ। ଯାହାର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ବିଧାୟକଙ୍କ ଜନତାକୁ ଏପରି ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Leave a Reply