ପୁଣି କଂଗ୍ରେସରେ ଉଠିଲା ପ୍ରତିବାଦର ସ୍ୱର: ଅଦଳବଦଳ ନେଇ ଅସନ୍ତୋଷ ଜାହିର କଲେ ବରିଷ୍ଠ ନେତା
1 min readନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଗତ ଦିନରେ ପାର୍ଟିରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛନ୍ତି । ପାର୍ଟିରେ ଏ ନେଇ ବହୁ ଦିନ ଧରି ଦାବି ହୋଇଆସୁଥିଲା । କଂଗ୍ରେସର ୨୩ ବରିଷ୍ଠ ନେତା ଦଳର ଶୀର୍ଷ ନେତୃତ୍ୱଙ୍କୁ ଚିଠି ଲେଖି ସାଂଗଠନିକ ପରିବର୍ତ୍ତନ ସହିତ ସ୍ଥାୟୀ ନେତୃତ୍ୱର ଦାବି କରିଥିଲେ । ଏହାପରେ ଶନିବାର ପାର୍ଟିର କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା, କିନ୍ତୁ ପରିବର୍ତ୍ତନ ସତ୍ତ୍ୱେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତା ।
ସୂଚନା ଅନୁଯାୟୀ, ପାର୍ଟିରେ ଅଦଳବଦଳ ନେଇ ଦାବି କରୁଥିବା ଅଧିକାଂଶ କଂଗ୍ରେସ ନେତା କଂଗ୍ରେସରେ ଏଭଳି ପରିବର୍ତ୍ତନ ନେଇ ଅସନ୍ତୁଷ୍ଟ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ଅଦଳବଦଳ ନିରାଶାଜନକ । ଏବଂ ଆମେ ଏହା ଦ୍ୱାରା ଅସନ୍ତୁଷ୍ଟ । ଏଭଳି ପରିବର୍ତ୍ତନ ଦ୍ୱାରା କଂଗ୍ରେସ ପାର୍ଟିର ପୁନରୁଦ୍ଧାର ହେଲା ଭଳି ମନେହେଉନି ।
୨୩ କଂଗ୍ରେସ ନେତା ଲେଖିଥିଲେ ପତ୍ର
ଉଲ୍ଲେଖ ଥାଉ ଯେ, ୧୩୫ ବର୍ଷ ପୁରୁଣା ପାର୍ଟିର ପଦର୍ଶନରେ ଦୀର୍ଗ ସମୟ ଧରି ଲଗାତାର ଅବନତି ପରିଲକ୍ଷିତ ହେଉଥିବାରୁ ଚିନ୍ତା ପ୍ରକଟ କରିଥିଲେ ବରିଷ୍ଠ ନେତା । କପିଲ ସିବଲ, ଗୁଲାମ ନବି ଆଜାଦ୍, ଆନନ୍ଦ ଶର୍ମା, ମୁକୁଲ ବାସନିକ, ଜିତିନ ପ୍ରସାଦ, ଶଶି ଥରୁର୍ ଏବଂ ମନିଷ ତିଓ୍ୱାରୀ ସମେତ ବହୁ ନେତା ପୁରୁଖା ନେତା ନିଜ ହସ୍ତାକ୍ଷର ଥିବା ଚିଠି ଲେଖିଥିଲେ । ସେମାନେ ପାର୍ଟିର ସ୍ଥିତି ନେଇ ଆତ୍ମସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଶନିବାର କଂଗ୍ରେସରର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଚିଠି ଲେଖିଥିବା ୨୩ ମଧ୍ୟରୁ ୧୮ କଂଗ୍ରେସ କର୍ମକର୍ତ୍ତା ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’