spot_img

Latest Posts

ଭାରତୀୟ ହକିରେ ମହିଳା ଏବଂ ପୁରୁଷ ଦଳର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଛୁଟୁଛି ପ୍ରଶଂସା ସୁଅ

ଭୁବନେଶ୍ୱର: ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ମହିଳା ହକି ଟିମ୍‌। ଏହା ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ୍‌ ମଧ୍ୟ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍‌ରେ ସେମି ଫାଇନାଲକୁ ପ୍ରବେଶ କରିଛି। ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନୂଆ ଦିଗ ଦେଇଛନ୍ତି। କଳିଙ୍ଗ ଷ୍ଟାଡିଅମକୁ ନବୀନ ନୂଆରୂପ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ। ସେ ଆହୁରି ମଧ୍ୟ କହିଛନ୍ତି କି ବଜେଟକୁ ୮ କୋଟିରୁ ୩୦ କୋଟି କରାଯାଇଛି। ଓଡ଼ିଶାରେ ନବୀନ ନିଜେ ହକି ମ୍ୟାଚର ଆୟୋଜନ କରିଥିବା ବେଳେ ପୁରା ବିଶ୍ୱ ଆଗରେ କଳିଙ୍ଗ ଷ୍ଟାଡିଅମକୁ ପରିଚିତ କରାଇଛନ୍ତି। ଯେଉଁଥିପାଇଁ ହକି ଟିମ୍‌କୁ ସାରା ବିଶ୍ୱ ପ୍ରଶଂସା କରିଥିଲା। ସେପଟେ ହକି ଟିମର ପ୍ରାୟୋଜକ ବ୍ୟବସ୍ଥା ଏବଂ ସୁନ୍ଦରଗଡରେ ନୂଆ ହକି ଷ୍ଟାଡିଅମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରେଶ ରାଉତରାୟ।

ସେପଟେ ଅଲମ୍ପିକ୍ସରେ ପୁରୁଷ ଓ ମହିଳା ହକିର ବିକାଶ ପାଇଁ ରହିଛି ଓଡ଼ିଶା ସରକାରଙ୍କ ହାତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ବିଭାଗ, ବିଶାଲ ଦେବ, ଭିନିଲ କ୍ରାଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ। ମୁଖ୍ୟମନ୍ତ୍ରୀ ହକିକୁ ଅନ୍ୟ ଖେଳ ପରି ପ୍ରାଥମିକତା ଦେଇ ଏହାର ବିକାଶ କରୁଛନ୍ତି। ଦୁଇ ବର୍ଷ ହେବ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ପ୍ରାୟୋଜକ ପାଇଁ କେହି ରାଜି ହେଉନଥିବା ବେଳେ, ଓଡ଼ିଶା ପ୍ରାୟୋଜକ ହୋଇଥିଲା ବୋଳି ଦିଲ୍ଲୀପ ତିର୍କୀ କହିଛନ୍ତି। ହକିର ପ୍ରସାର ପାଇଁ ବିଶ୍ୱକପ ହେଲା ଯାହା ବଡ଼ ସଫଳତା। ହକି କ୍ୟାମ୍ପ, ଚାମ୍ପିଅନସ ଟ୍ରଫି ମଧ୍ୟ ଆୟୋଜନ କରାଗଲା। ଆଗାମୀ ବିଶ୍ୱକପ ବି ରାଉରକେଲା ଓ ଭୁବନେଶ୍ୱରରେ ହେବ।

ବିଜୟ ପରେ ଓଡ଼ିଆ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ କ୍ରୀଡ଼ାମନ୍ତ୍ରୀ। ବିଶ୍ୱରେ ଓଡ଼ିଶାର ଟେକ ରଖିଲେ ଆମ ଖେଳାଳି ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ପ୍ରତିବଦ୍ଧତାରୁ ଅନେକ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ପାଇଁ ତୃଣମୂଳସ୍ତରରୁ ଖେଳାଳିଙ୍କ ପ୍ରତିଭାର ବିକଶିତ କରାଯାଉଛି। ତେବେ ଉଭୟ ଦଳ ପଦକ ନେଇ ଫେରନ୍ତୁ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ।

Latest Posts

Don't Miss