ବୈଜୟନ୍ତଙ୍କୁ ସୁରଙ୍କ ନିନ୍ଦା, ‘ପବିତ୍ର ଓଡ଼ିଶା ମାଟିକୁ ପାକିସ୍ତାନ ସହ ତୁଳନା ଅତ୍ୟନ୍ତ ନିନ୍ଦନୀୟ’
1 min readଭୁବନେଶ୍ୱର: ସୁର କହିଲେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ଠିକ୍ କରି ନାହାନ୍ତି । ଓଡ଼ିଶାକୁ ନେଇ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍ ଅତ୍ୟନ୍ତ ନିନ୍ଦନୀୟ । ବୈଜୟନ୍ତଙ୍କ ଭଳି ଜଣେ ଶିକ୍ଷିତ ଲୋକ ଏଭଳି ମନ୍ତବ୍ୟ ଦେବା ଠିକ୍ ହୋଇନାହିଁ । ପବିତ୍ର ଓଡ଼ିଶା ମାଟିରେ ବୀର ପାଇକ ପୁଅର ଜନ୍ମ । ଓଡ଼ିଶା ଭଳି ପବିତ୍ର ମାଟିକୁ ଆତଙ୍କି ରାଜ୍ୟ ପାକିସ୍ତାନ ସହ ତୁଳନା କରିବା ନିହାତି ଭୁଲ ।
ସୂଚନାଯୋଗ୍ୟ, ଫେକ୍ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି ।
#FreedomOfSpeech
Shameful how Maharashtra & Odisha police simply "pick up" & assault journalists & do custodial interrogation, without following the basic process of law, like in Pakistan. This is real fascism. Please speak up for Ramesh Rath of @otvnews & @pradip103 of @republic— Baijayant Jay Panda (Modi Ka Parivar) (@PandaJay) October 17, 2020
ଖାଲି ସେତିକି ନୁହେଁ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରି କଟକ ଛାତ୍ର ବିଜେଡି ପକ୍ଷରୁ ବାଦାମବାଡ଼ି ଛକରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ବୈଜୟନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲି ଛାତ୍ର ବିଜେଡି ଦାବି କରିଛି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।
ଅନ୍ୟପଟେ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍କୁ ଦୃଢ଼ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ।
Nothing more shameful than comparing your own state with Pakistan. Colossal disrespect for the Odia culture and the people of Odisha. Hope better sense prevails and this of insult for the people of Kendrapara, the entire state stops here! https://t.co/NpgsYvz6qS
— Pranab Prakash Das (@pranabpdas) October 18, 2020