spot_img

Latest Posts

ରାହୁଲଙ୍କ ଦାବି: ଲୋକଙ୍କୁ ଋଣ ନୁହେଁ ଟଙ୍କା ଦରକାର, ୬ ମାସ ଯାଏଁ ଗରୀବଙ୍କୁ ଦିଅନ୍ତୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସମୟରେ କଂଗ୍ରେସ ପାର୍ଟୀ ଲଗାତାର ମୋଦି ସରକାର ଉପରେ ଆକ୍ରମଣାତ୍ମକ ମନୋଭାବ ରଖିଆସୁଛି । ଗୁରୁବାର ଦିନକଂଗ୍ରେସ ତରଫରୁ ଅନଲାଇନ କ୍ୟାମ୍ପେନ ଆରମ୍ଭ କରାଯାଇଛି ଯାହାର ନାମ ଦିଆଯାଇଛି ‘ସ୍ପିକ୍ ଅଫ୍ ଇଣ୍ଡିଆ’  । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ରାହୁଲ ଗାନ୍ଧୀ ଏହି ବାର୍ତ୍ତାରେ କହିଛନ୍ତି ଯେ, ‘କୋଭିଡ କାରଣରୁ ଆଜି ଦେଶରେ ଏତ ଝଡ଼ ସୃଷ୍ଟି ହୋଇଛି, ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରମିକମାନେ ଭୋକ-ଶୋଷରେ ରାସ୍ତାରେ ଚାଲୁଛନ୍ତି। ଛୋଟ ବ୍ୟବସାୟ ହେଉଛି ମେରୁଦଣ୍ଡ, ଯାହା ବନ୍ଦ ହେଉଛି । ଏଭଳି ପରିସ୍ଥିତିରେ ଆଜି ଭାରତର ଲୋକଙ୍କୁ ଋଣ ଦରକାର ନାହିଁ, ବରଂ ଟଙ୍କା ଦରକାର ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଅସୁବିଧା ସମୟରେ କଂଗ୍ରେସ ଦଳ ଆଜି ସରକାର ପାଖରେ ଚାରିଟି ଦାବି ରଖିଛି ।

  • ପ୍ରତି ଗରିବ ପରିବାରର ଆକାଉଣ୍ଟରେ ମାସକୁ ୭୫୦୦ ଟଙ୍କା ଦିଆଯିବା ଉଚିତ୍
  • ଶହେ ଦିନ ପରିବର୍ତ୍ତେ ଦୁଇ ଶହ ଦିନ ପାଇଁ MNREGA କରାଯିବା ଉଚିତ୍
  • ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ପ୍ୟାକେଜ୍ ଘୋଷଣା କରାଯିବା ଉଚିତ୍
  • ଶ୍ରମିକମାନଙ୍କୁ ଘରକୁ ଫେରିବା ସମୟରେ ସୁବିଧା ଦିଆଯିବା ଉଚିତ୍

ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜ ଚ୍ୱିଟର ହ୍ୟାଣ୍ଡେଲରେ ଏହି ପ୍ରକାର ଭିଡିଓ ପୋଷ୍ଟ କରିଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ, ଆଜି ଗରୀବ ମଜଦୂର ଅସୁବିଧାରେ ଅଛି ଏବଂ ସରକାର ତାଙ୍କୁ କୌଣସି ସାହାଯ୍ୟ ପ୍ରଦାନ କରୁନାହାନ୍ତି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସରକାରଙ୍କ ସମ୍ମୁଖରେ ୪ଟି ଦାବି ରଖିଛନ୍ତି ।

ଉଲ୍ଲେଖନୀୟ ଯେ, କଂଗ୍ରେସ ଦ୍ୱାରା ଆୟୋଜିତ ଏହି ଅନଲାଇନ୍ ଅଭିଯାନ ରେ ପ୍ରତ୍ୟେକ ନେତା ସୋସିଆଲ ମିଡିଆରେ ନିଜର ଦାବି ରଖିଛନ୍ତି। ରାହୁଲ ଗାନ୍ଧୀଙ୍କ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି ଯେଉଁଥିରେ ସେ ଶ୍ରମିକମାନଙ୍କ ପାଇଁ ଟ୍ରେଜେରୀ ଖୋଲିବାକୁ ସରକାରଙ୍କୁ କହିଥିଲେ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଦୁଇ ମାସ ଧରି କରୋନା ଭାଇରସ ଯୋଗୁଁ ସମଗ୍ର ଦେଶ ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସମସ୍ତେ ଦେଖିଲେ ଯେ ଲକ୍ଷ ଲକ୍ଷ ଶ୍ରମିକ ହଜାର ହଜାର କିଲୋମିଟର ଖାଲି ପାଦରେ ଭୋକ-ଶୋଷରେ ଘରକୁ ଯିବାକୁ ବାଧ୍ୟ ହୋଇଥିଲେ। ଶ୍ରମିକ ମାନଙ୍କର ଦୁଃଖ ସାରା ଦେଶ ଦେଖିଲା କିନ୍ତୁ ବୋଧହୁଏ ସରକାର ତାହା ଦେଖି ପାରିଲେ ନାହିଁ ।

 

Latest Posts

Don't Miss