ଇତିହାସର ଲମ୍ବା ବଜେଟରେ ଯୋଜନା ଶୂନ୍: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବଜେଟକୁ ନୈରାଶଜନକ କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଦେଶରେ ବେରୋଜଗାରୀ, ବେକାରୀ ସ୍ଥିତି ଉଦବେଗଜନକ ରହିଛି । ବଜେଟରେ ରୋଜଗାର ସୃଷ୍ଟି ପାଇଁ କୌଣସି ଯୋଜନା ନାହିଁ । ସବୁ କଥା ବଢେଇ କୁହନ୍ତି, ଲୋକ ଦେଖାଣିଆ । କିଛି ଘଟୁନାହିଁ ବୋଲି ରାହୁଲ କହିଛନ୍ତି ।ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଲମ୍ବା ହୋଇ ଥାଇପାରେ । କିନ୍ତୁ, ବଜେଟ୍ ଭାଷଣରେ ସେମିତି କିଛି ଚମକ ନାହିଁ । ସରକାର ବାସ୍ତବତା ଉପରେ ଧ୍ୟାନ ନ ଦେଇ ସ୍ୱପ୍ନରେ ଉଡ଼ୁଥିବା ରାହୁଲ ଗାନ୍ଧି କହିଛନ୍ତି ।