ନନ୍ଦିଘୋଷ ବ୍ୟୁରୋ : ଆଜି ତାମିଲନାଡୁ ଗସ୍ତରେ ଯିବେ କଂଗ୍ରେସନେତା ରାହୁଲ ଗାନ୍ଧି । ନୀଳଗିରିରେ ଏକ ଘରୋଇ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ରାହୁଲଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା । ଆଉ କିଛି ମାସପରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ହେବାନେଇ ର୍ଚ୍ଚା ହେଉଛି । ଦୁଇ ଦଳ ମଧ୍ୟରେ ସମ୍ପର୍କ ଏବେ ବି ଅକ୍ଷୁର୍ଣ୍ଣ ଅଛି । କିନ୍ତୁ ଉଭୟ ପକ୍ଷର ଅନେକ ଘଟଣାକ୍ରମ ଯୋଗୁଁ ଏହା ତିକ୍ତତା ଦେଇ ଗତି କରୁଛି । ସେପ୍ଟେମ୍ବର ୨୦୨୫ରେ ତାଙ୍କ ରାଜନୈତିକ ରାଲିରେ ୪୧ ଜଣଙ୍କ ମୃତ୍ୟୁ ପରେ ବିଜୟଙ୍କ ସହ ରାହୁଲଙ୍କ ଟେଲିଫୋନ୍ ବାର୍ତ୍ତାଳାପ କଂଗ୍ରେସ ଏବଂ TVK ଏକାଠି ହେବା ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା । ଏହାରି ଭିତରେ ଡିଏମକେ ସଭାପତି ଏମକେ ଷ୍ଟାଲିନ ରାହୁଲ ଏବଂ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ମେଣ୍ଟ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ରହିଛି । ଏହା ପରେ କଂଗ୍ରେସ ଡିଏମକେ ସହିତ ଆସନ ବଣ୍ଟନ ଆଲୋଚନା ଆରମ୍ଭ କରିବା ପାଇଁ ରାଜ୍ୟ ପ୍ରଭାରୀ ଗିରିଶ ଚୋଡଙ୍କ ନେତୃତ୍ୱରେ ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଥିଲା । ସୂଚନା ଅନୁଯାଇ ୨୦୨୫ ଡିସେମ୍ବର ୩ ତାରିଖରେ ଷ୍ଟାଲିନଙ୍କ ସହ ପ୍ରଥମ ବୈଠକରେ ୭୦ ଟି ଆସନ ଡିଏମକେ ମାଗିବାରୁ କଂଗ୍ରେସ ଅସନ୍ତୁଷ୍ଟ ଥିଲା । ତେବେ ଏହି ଗସ୍ତବେଳେ ମଧ୍ୟ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ଗୋଟି ଚାଳନାକୁ ନେଇ ଆଲୋଚନା ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

