‘ସବୁ ମୋଦି ଚୋର’ ବୟାନ ଉପରେ ଜବାବ ରଖିଲେ ରାହୁଲ, କହିଲେ କଟାକ୍ଷ…
1 min readସୁରଟ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ସକାଳେ ଗୁଜୁରାଟର ସୁରଟରେ ପହଞ୍ଚିଛନ୍ତି । ଏକ ସ୍ଥାନୀୟ ଅଦାଲତରେ ପହଞ୍ଚିଛନ୍ତି ରାହୁଲ । ଯେଉଁଠାରେ ୨୦୦୯ ଲୋକସଭା ନିର୍ବାଚନରେ ଦେଇଥିବା ଏକ ବୟାନ ପାଇଁ ରାହୁଲଙ୍କ ନାମରେ ମାନହାନୀ କେସ୍ ଦାଏର କରାଯାଇଥିଲା। ଯେଉଁଥିରେ ରାହୁଲ କହିଥିଲେ- ‘ସବୁ ମୋଦି ଚୋର’ ବୋଲି ।
ହେଲେ କୋର୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କହିଥିବା କଥା କୗେଣସି ସମାଜ ପାଇଁ ନୁହେଁ ବରଂ ନିର୍ବାଚନ ସମୟରେ ଏକ ରାଜନୈତିକ କଟାକ୍ଷ ଥିଲା । ଏହି ମାମଲାରେ ଅଧିକ କିଛି ମନେ ନାହିଁ । ଏବେ ଏହି ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୧୨ ତାରିଖରେ ହେବ ବୋଲି ଜଣାପଡିଛି ।
ସୁରଟ କୋର୍ଟରେ ପେସ୍ ହେବା ପୂର୍ବରୁ ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିଥିଲେ । ଏପରିକି ସେ ଟ୍ୱିଟରେ ଏଭଳି କିଛି ଲେଖିଥିଲେ…
“The whole secret of existence is to have no fear.”
— Rahul Gandhi (@RahulGandhi) June 24, 2021
ଗୁଜୁରାଟର ଭାରତୀୟ ଜନତା ପାର୍ଟି ବିଧାୟକ ପୁର୍ଣ୍ଣେସ୍ ମୋଦି, ରାହୁଲ ବିରୋଧରେ ଏକ ମାନହାନୀ କେସ୍ ଦାଏର କରିଥିଲେ । ରାହୁଲ ନିଜ ଭାଷଣରେ ‘ସବୁ ମୋଦି ଚୋର’ ବୋଲି କହିଥିଲେ । ଯାହା ମୋଦି ସମାଜ ଉପରେ ଏକ ଅପମାନ ବୋଲି ଅଭିଯୋଗ କରାଯାଇଥିଲା।
ପରର୍ବତ୍ତୀ ସମୟରେ ବିଜେପି ବିଧାୟକ ପୁର୍ଣ୍ଣେସ୍ ମୋଦିଙ୍କ ଅଭିଯୋଗକୁ ସ୍ୱିକାର କରି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବିଏଚ୍ କପାଡିଆଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମନ କରାଯାଇଥିଲା । ଗତ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଆୟୋଜିତ ଏକ ସାଧାରଣ ସଭାରେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି ଆଦି ସମସ୍ତେ ଗୋଟିଏ ପ୍ରକାରର ବୋଲି କହିଥିଲେ । ଏହା ସହ ସେ କିଛି ଅରୁଚିକର ମନ୍ତବ୍ୟ ବି ଦେଇଥଇଲେ । ବିଭିନ୍ନ ଜାଲିଆତି ମାମଲାରେ ନୀରବ ମୋଦି ଓ ଲଳିତ ମୋଦି ଫସିଥିବାବେଳେ ତାଙ୍କ ସହ ନରେନ୍ଦ୍ର ମୋଦିଙ୍କୁ ତୁଳନା କରିବା ବିରୋଧରେ ବିଜେପି ବିଧାୟକ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଇପିସିର ଧାରା ୪୯୯ ଓ ୫୦୦ରେ ମାମଲା ରୁଜୁ ହୋଇଛି ।