spot_img

Latest Posts

୧୦ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ, ମୋଦିଙ୍କୁ କଲେ ଟାର୍ଗେଟ୍

ସାନ ଫ୍ରାନସିସକୋ: ୧୦ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ। ସାନ ଫ୍ରାନସିସକୋ, ଓ୍ବାସିଂଟନ ଡିସି ଓ ନ୍ୟୁୟର୍କ ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ସାନ୍‌ ଫ୍ରାନସିସକୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଭାରତରେ ଏବେ ରାଜନୀତି କରିବା ସହଜ ନୁହେଁ ବୋଲି ରାହୁଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ମନୋବୃତ୍ତି, ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡୋ ଯାତ୍ରାର ଅନେକ ପ୍ରଭାବ ପକାଇଛି । ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିଛି ବୋଲି ରାହୁଲ କହିଛନ୍ତି । ଏହି ଯାତ୍ରାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରାଯାଇଥିଲା, ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ଆରଏସଏସ ଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ। ଭାରତରେ କିଛି ଲୋକ ନିଜକୁ ଭଗବାନ ବୋଲି ଭାବନ୍ତି ବୋଲି ରାହୁଲ କହିଛନ୍ତି ।

Latest Posts

Don't Miss