ଜେଲରେ ଡାଲି,ରୁଟି ଖାଇବାକୁ ମନାକଲେ ସିଦ୍ଧୁ, ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ଼: ବର୍ତ୍ତମାନ ପଟିଆଲା ଜେଲରେ ସଜ୍ଜା କାଟୁଛନ୍ତି କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ୩୩ ବର୍ଷ ପୁରୁଣା ରୋଡ ରେଜ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ସଜ୍ଜା କାଟୁଛନ୍ତି । ଏହାରି ମଧ୍ୟରେ ଖବର ଆସୁଛି ଯେ, ସିଦ୍ଧୁ ଜେଲରେ ଦିଆଯାଉଥିବା ରୁଟି ଓ ଡାଲି ଖାଇବାକୁ ମନା କରିଦେଇଛନ୍ତି । ତାଙ୍କୁ ପଟିଆଲା ସ୍ଥିତ ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ।

ଖବର ମୁତାବକ ସିଦ୍ଧୁଙ୍କୁ ନେଇ ପଟିଆଲାର ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକଅପ୍ କରାଯିବ । ଏ ନେଇ ଜେଲ ପ୍ରଶାସନ ଦ୍ୱାରା ମେଡିକାଲ ଟିମ୍ ଗଠନ କରାଯାଇଛି । ସେମାନେ ସିଦ୍ଧୁଙ୍କ ପାଇଁ ଡାଏଟ ପ୍ଳାନ୍ ପ୍ରସ୍ତୁତ କରିବେ । ସିଦ୍ଧୁ କହିବା ହେଲା ଯେ, ତାଙ୍କୁ ଅଟା ନେଇ ଆଲର୍ଜି ରହିଛି । ଏଣୁ ସେ ଏଭଳି ଖାଦ୍ୟ ଖାଇପାରିବେ ନାହିଁ । ସେ କେବଳ ସାଲାଡ ଖାଇବେ ।

Judge sends Navjot Singh Sidhu to Patiala central jail after his surrender - Hindustan Times

ଗହମକୁ ନେଇ ସିଦ୍ଧୁଙ୍କ ଆଲାର୍ଜି ରହିଥିବା ବେଳେ ତାଙ୍କ ଲିଭରରେ ମଧ୍ୟ ସମସ୍ୟା ରହିଛି । ଏହାକୁ ଦେଖି ସିଦ୍ଧୁ ଜେଲ ପ୍ରଶାସନଙ୍କୁ ସ୍ପେଶାଲ ଡାଏଟ ମାଗିଛନ୍ତି । ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଡଲ୍ଲା କହିଛନ୍ତି ଯେ, ସିଦ୍ଧୁଙ୍କୁ ଗହମ ନେଇ ଆଲାର୍ଜି ରହିଛି । ସେ ଗହମ ରୁଟି ଖାଇପାରିବେ ନାହିଁ । ଦୀର୍ଘ ଦିନ ଧରି ସେ ରୁଟି ଖାଉନାହାନ୍ତି । ଏ ନେଇ ସେ ପୂର୍ବରୁ ମଧ୍ୟ ସୂଚିତ କରିଛନ୍ତି । ଅପରପକ୍ଷରେ କୋର୍ଟଙ୍କ ପକ୍ଷରୁ ଅପରାହ୍ଣ ୪ଟା ସୁଦ୍ଧା ତାଙ୍କୁ ମେଡିକାଲ ରିପୋର୍ଟ ମଗାଯାଇଛି ।

1988 road rage case: Trouble for Navjot Sidhu as SC to hear review petition on Thursday

ସୂଚନା ଯୋଗ୍ୟ ଯେ, ୩୪ ବର୍ଷ ତଳର ଏକ ରୋଡ୍ ରେଜ୍ ମାମଲାରେ ସଜ୍ଜା କାଟୁଛନ୍ତି ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ୧ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ପଞ୍ଜାବ ପଟିଆଲାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

୧୯୮୮ ଡିସେମ୍ବର ୨୭ ତାରିଖରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁଙ୍କ ସହ ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ସିନ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୁପିିନ୍ଦର ସିଂ ସାନ୍ଧୁ ମିଶି ଗୁରନାମଙ୍କୁ ଗାଡ଼ିରୁ ଟାଣିବା ସହ ତାଙ୍କୁ ପିଟିଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୯୯୯ ମସିହାରେ ଏକ ତଳ କୋର୍ଟ ସିଦ୍ଧୁଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ହେଲେ ୨୦୦୬ରେ ଚଣ୍ଡିଗଡ଼ ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦେଇଥିଲେ ।