ତୈଳ ଦର ବୃଦ୍ଧି ନେଇ ବର୍ଷିଲେ ନରସିଂହ: କହିଲେ, ‘ଦର ହ୍ରାସ୍ ନେଇ କେନ୍ଦ୍ରର ଦାୟିତ୍ୱ ଅଧିକ’

ଭୁବନେଶ୍ୱର: ବିଧାନସଭାରେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ଜୋରଦାର ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଶୋଧିତ ତୈଳ ଦର କମ ଥିବାବେଳେ ତୈଳ ଦର ବୃଦ୍ଧିକୁ ନେଇ ସେ ପଚାରିଛନ୍ତି ପ୍ରଶ୍ନ । ପଡ଼ୋଶୀ ଦେଶରେ କମ ଦାମରେ ପେଟ୍ରୋଲ ଡିଜେଲ ମିଳୁଥିଲେ ମଧ୍ୟ ଭାରତରେ କାହିଁକି ମିଳୁନି ବୋଲି ପଚାରିଛନ୍ତି ନରସିଂହ। ଆରବିଆଇ ଗଭର୍ଣ୍ଣର କହୁଛନ୍ତି ଟିକସ କମାଓ ବୋଲି । କେହି କ’ଣ ଜାଣିପାରୁନାହାନ୍ତି କି ? କେନ୍ଦ୍ରର ଦାୟିତ୍ବ ଅଧିକ ବୋଲି କହିଛନ୍ତି ନରସିଂହ । ଜିଏସଟିରେ ତେଲକୁ କାହିଁକି ଅନ୍ତର୍ଭୁକ୍ତ କରାଗଲାନି ?  ପୂର୍ବରୁ ମଧ୍ୟ ଗୃହରେ କୁହାଯାଇଛି ମଦ ଓ ପେଟ୍ରୋଲ ଡିଜେଲକୁ ଜି ଏସ ଟି ରେ ଅନ୍ତର୍ଭୁକ୍ତ କରିବା ପାଇଁ । ଏବେ କେନ୍ଦ୍ରମନ୍ତ୍ରୀ କଣ କରୁଛନ୍ତି ସେ ତ ନିଜେ ସରକାର । ଏ କାମ ନ କରି କଥା କଣ କହୁଛନ୍ତି ବୋଲି କହିଛନ୍ତି ନରସିଂହ । ଖାଲି କଥା ନୁହେଁ କାମରେ କରିବା ଦରକାର । ୟୁପିଏ ସରକାର ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ବେଳେ ଯିଏ ଦେଶଦ୍ରୋହୀ ବୋଲି କହୁଥିଲା ସେ କୁହନ୍ତୁ ଏବେ କିଏ ଦେଶଦ୍ରୋହୀ ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ କରି ନରସିଂହ ଦର କମାଇବା ପାଇଁ ଦାବି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ଖୋଲାଯିବ’

Leave a Reply