୨୬/୧୧ ପରେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଅନୁମତି ମାଗିଥିଲା ବାୟୁ ସେନା କିନ୍ତୁ ମିଳିନଥିଲା ସବୁଜ ସଙ୍କେତ

1 min read

ମୁମ୍ବାଇ: ୨୬ ନଭେମ୍ବର ୨୦୦୮ । ଭାରତ ପାଇଁ ଥିଲା ଏକ କଳା ଦିନ । ଏହି ଦିନ ଭାରତର ଅର୍ଥନୈତିକ ରାଜଧାନୀ ଉପରେ ହୋଇଥିଲା ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ୧୦ ଜଣ ଶସସ୍ତ୍ର ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକ ସମୟରେ କରିଥିଲେ ଆକ୍ରମଣ । କେହି କିଛି ବୁଝିବା ପୂର୍ବରୁ ମୁମ୍ବାଇରେ ଖେଳିଯାଇଥିଲା ଆତଙ୍କ ଲହରି । ତେବେ ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ବଡ଼ ଆତଙ୍କୀ ଆକ୍ରମଣକୁ ୧୩ ବର୍ଷ ପୂରିବାକୁ ଯାଉଥିବା ବେଳେ ଏହି ମାମଲା ଉପରେ ସେତେବେଳର କଂଗ୍ରେସ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ ।

ଏହି ମାମଲା ଉପରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ ଏକ ପୁସ୍ତକ ଲେଖି ତତ୍କାଳୀନ ମନମୋହନ ସିଂଙ୍କ ସରକାରଙ୍କ ଉପରେ ଆଲୋଚନା କରିଛନ୍ତି । ମନୀଷ ଏହି ପୁସ୍ତକରେ ଲେଖିଛନ୍ତି କି ମୁମ୍ବାଇ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବା ଦରକାର ଥିଲା । କିନ୍ତୁ କଂଗ୍ରେସ ସରକାର ଏମିତି କିଛି ବଡ଼ ପଦକ୍ଷେପ ଗ୍ରହଣ କରିନଥିଲା । ସେ ଏହି ପୁସ୍ତକରେ ଆହୁରି ଲେଖିଛନ୍ତି କି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ବଳତା ଦର୍ଶାଉଛି । ୨୬/୧୧ ଆକ୍ରମଣ ଏମିତି ଏକ ସୁଯୋଗ ଥିଲା ଯେତେବେଳେ କି ଭାରତ ପାକିସ୍ତାନ ବିପକ୍ଷରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରିଥାନ୍ତା । ଏଥିସହ ମନୀଷ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ସହ ତୁଳନା କରିଛନ୍ତି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ କି ମନୀଷ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଏହା ପୂର୍ବରୁ ପଞ୍ଜାବରେ ହୋଇଥିବା ରାଜନୈତିକ ଅସ୍ଥିରତା ସମୟରେ ସେ ପଞ୍ଜାବ କଂଗ୍ରେସ ଉପରେ ଆଙ୍ଗୁଳି ଉଠାଇଥିଲେ । ସେ କହିଥିଲେ କି ଯାହାକୁ ପଞ୍ଜାବର ଦାୟିତ୍ବ ଦିଆଯାଇଛି ସେ ପଞ୍ଜାବକୁ ଭଲ ଭାବରେ ବୁଝନ୍ତି ନାହିଁ । ଏହା ପୂର୍ବରୁ କହ୍ନୈଆ କୁମାର କଂଗ୍ରେସରେ ଯୋଗ ଦେବା ସମୟରେ ମଧ୍ୟ ସେ କଂଗ୍ରେସ ଉପରରେ ପ୍ରଶ୍ନ ଉଠାଇଥିଲେ ।

ତେବେ ମନୀଷ ତିଓ୍ବାରୀ ତାଙ୍କ ପୁସ୍ତକରେ ଲେଖିଥିବା କଥାକୁ ବିଜେପି ବି କଂଗ୍ରେସକୁ ଘେରିବା ଆରମ୍ଭ କରିଦେଇଛନ୍ତି । ବିଜେପି ପ୍ରବକ୍ତା ଶେହଜାଦ ପୁନଓ୍ବାଲା ଟୁଇଟି କରି କହିଛନ୍ତି କି ମନୀଷ ତିଓ୍ବାରି ୨୬/୧୧ ମୁମ୍ବାଇ ଆକ୍ରମଣରେ ୟୁପିଏ ସରକାରଙ୍କ ଦୁର୍ବଳତା କଥା ଠିକ୍ କହିଛନ୍ତି । ବିଜେପି ମୁଖପାତ୍ର ଆହୁରି ଲେଖିଛନ୍ତି କି ଏହି ଆକ୍ରମଣ ପରେ ଏୟାର ଚିଫ ମାର୍ଶଲ ପାକିସ୍ତାନ ଉପରେ ବାୟୁସେନା ପ୍ରତି ଆକ୍ରମଣ କରିବା ପାଇଁ ଚାହୁଁଛି ବୋଲି କହିଥିଲେ । କିନ୍ତୁ ୟୁପିଏ ସରକାର ଏହା କରିବାକୁ ଦେଇନଥିଲା । ସେ କହିଛନ୍ତି କି ୨୬/୧୧ ଆକ୍ରମଣ ପରେ କଂଗ୍ରେସ ହିନ୍ଦୁମାନଙ୍କୁ ଦାୟୀ କରିବା ଓ ପାକିସ୍ତାନଙ୍କୁ ବଞ୍ଚାଇବାରେ ବ୍ୟସ୍ତ ଥିଲେ । ହିନ୍ଦୁତ୍ବ, ଧାରା-୩୭୦ ଓ ସର୍ଜିକାଲ ଷ୍ଟ୍ରାଇକ ବାବଦରେ  ରାହୁଲ ଗାନ୍ଧୀ ଓ କଂଗ୍ରେସର ଭାଷା ପାକିସ୍ତାନର ଭାଷା ବୋଲି କହିଛନ୍ତି ଶେହଜାଦ ପୁନଓ୍ବାଲା ।

 

Leave a Reply