ଉପନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି, ବାଲେଶ୍ୱରରେ ଶଙ୍ଖ ଧରିଲେ କଂଗ୍ରେସ ନେତା ମାଧବାନନ୍ଦ ମଇନି

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡି ବଳ । ବାଲେଶ୍ୱରରେ କଂଗ୍ରେସ ନେତା ମାଧବାନନ୍ଦ ମଇନି ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି । ଗତକାଲି ୨୦୧୯ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । କର୍ମୀଙ୍କ ଯୋଗଦାନ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରାଇବ ବୋଲି ଦଳ ଆଶା ରଖିଛି ।

ଗତକାଲି ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଦକ୍ଷ ଯୁବ ନେତା ମାନସ ଦାସପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି ବିଜେପିର ପୂର୍ବତନ ସଦର ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ମଧ୍ୟ ବିଜେଡିରେ ଯୋଗଦେଇଥିଲେ । ଉପନିର୍ବାଚନ ପୂର୍ବରୁ ବିଜେଡିରେ ଜିଲ୍ଲା ହେଭିୱେଟଙ୍କ ଯୋଗଦାନ ବିଜେଡିର ବିଜୟ ବ୍ୟବଧାନକୁ ବୃଦ୍ଧି କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

Leave a Reply