ଉପ ନିର୍ବାଚନ ନେଇ ପ୍ରଚାର ଜମୁଛି , ବିଜେଡିର ଶକ୍ତି ବଢ଼ୁଛି: ମଇଦାନକୁ ଓହ୍ଲାଇଲେ ଅପରାଜିତା, ବାତିଲ ହେଲା ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ

1 min read

ବାଲେଶ୍ୱର:  ବାଲେଶ୍ବରରେ ଉପନିର୍ବାଚନ ପୂର୍ବରୁ ବିଜେଡିର ଶକ୍ତି ବଢୁଛି । ଗତଥର ଏଠାରେ ବିଜେପି ଜିତିଥିବା ବେଳେ ଏଥର ବିଜେପି ସହିତ କଂ‌ଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି । କୋଭିଡ୍‌ କଟକଣା ମାନି ପ୍ରଚାର ଜମୁଛି । ତିର୍ତ୍ତୋଲରେ ବି ଜମୁଛି କ୍ୟାମ୍ପେନ୍‌ । ଆଜି ପିସିସି ପ୍ରଭାରୀ ଓ ସଭାପତି ବାଲେଶ୍ବରରେ ପ୍ରଚାର କରିଥିବା ବେଳେ କାଲି ତିର୍ତ୍ତୋଲ ଯିବେ । ବିଜେପି ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର କାର୍ଯ୍ୟକ୍ରମ ବିତାଲ ହୋଇଛି  । ଜମୁଛି ବାଲେଶ୍ବର ଉପନିର୍ବାଚନ ପ୍ରଚାର । ଏହା ମଧ୍ୟରେ ବିଜେଡିର ଶକ୍ତି ବଢୁଛି । ଗତକାଲି କଂଗ୍ରେସ ନେତା ମାନସ ଦାସପଟ୍ଟନାୟକ ବିଜେଡିରେ ମିଶିଥିବା ବେଳେ ଆଜି ମାଧବାନନ୍ଦ ମଇନି ଓ ତାଙ୍କ ଶତାଧିକ ସମର୍ଥକ ଯୋଗଦେଇଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସେପଟେ ମଇଦାନକୁ ଓହ୍ଲାଇଛନ୍ତି ସବୁ ଦଳର ଷ୍ଟାର୍‌ ପ୍ରଚାରକ। ପିସିସି ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ପ୍ରାର୍ଥୀ ମମତା କୁଣ୍ଡୁ ରୋଡ ଶୋ’ କରିଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ସହ ଦଳର ନେତା, ଶ୍ରମିକ ଓ ସାଧାରଣ ମହିଳା ପ୍ରଚାର କରିଛନ୍ତି। ତିର୍ତ୍ତୋଲରେ ବର୍ଷା ସତ୍ତ୍ବେ ପ୍ରଚାର  ଚାଲିଛି । ଆସନ୍ତାକାଲି ପିସିସି ପ୍ରଭାରୀ  ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ । କାଲି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବାର ଥିଲା । କିନ୍ତୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହେଇଛି । ବିଜେଡିର ଜୋରଦାର ପ୍ରଚାର ଚାଲିଛି  । ବର୍ଷା ସତ୍ତ୍ବେ ଜମୁଛି ପ୍ରଚାର  ।

https://www.facebook.com/NandighoshaTV/videos/431682311148384

Leave a Reply