EVMକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ ! କାର୍ତ୍ତି କହିଲେ- ‘ଅଛି ଭରସା’, ଉଦିତ୍- ‘ନାହିଁ’

1 min read
Congress Leader Karti Chidambaram Defend Evm Stop Blaming The Evm System Is Robust Accurate

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ EVM ଉପରେ ପୁଣି ଆଲୋଚନା । କଂଗ୍ରେସ ନେତା ଉଦିତ୍ ରାଜ ଟ୍ରେଣ୍ଡରେ ମହାମେଣ୍ଟ ପଛରେ ପଡ଼ିବାକୁ ନେଇ ଇଭିଏମକୁ ବିବାଦ ଘେରକୁ ଟାଣିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଇଭିଏମକୁ ବଞ୍ଚାଇବା ଲାଗି ଉଦ୍ୟମ କରିଛନ୍ତି ।

କାର୍ତ୍ତି ଇଭିଏମ୍ ସପକ୍ଷରେ ଟ୍ୱିଟ୍ କରିଛନ୍ତି- ନିର୍ବାଚନ ଫଳ କିଛି ବି ହେଉ । କିନ୍ତୁ, ଏବେ ଇଭିଏମକୁ ଦୋଷ ଦେବା ବନ୍ଦ କରିବା ଉଚିତ୍ । ମୋ ହିସାବରେ ଇଭିଏମ୍ ବ୍ୟବସ୍ଥା ମଜଭୁତ, ସଠିକ୍ ଓ ଭରସାଯୋଗ୍ୟ ଅଟେ ।

Congress Leader Karti Chidambaram Defend Evm Stop Blaming The Evm System Is Robust Accurate

ଏହା ପୂର୍ବରୁ କଂଗ୍ରେସ ନେତା ଉଦିତ୍ ରାଜ ଇଭିଏମ୍ ହ୍ୟାକିଂ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏହାକୁ ନେଇ ସେ ଆମେରିକା ନିର୍ବାଚନର ଉଦାହରଣ ରଖିଥିଲେ । ତେବେ, କଂଗ୍ରେସ ପ୍ରବକ୍ତା ରାଗିଣୀ ନାୟକ କହିଥିଲେ- ଆମେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ନାହିଁ । କାହାର ବ୍ୟକ୍ତିଗତ ମନ୍ତବ୍ୟକୁ ଦଳର ମତ ଭାବେ ନିଅନ୍ତୁ ନାହିଁ, ଅଣଦେଖା କରନ୍ତୁ । ସେ କହିଛନ୍ତି- ଆମେ ନିର୍ବାଚନ ଜିତିବୁ ଓ ଇଭିଏମ୍ ଉପରେ କୌଣସି ପ୍ରଶ୍ନ ଉଠାଉ ନାହୁଁ ।

Congress Leader Karti Chidambaram Defend Evm Stop Blaming The Evm System Is Robust Accurate

ସୂଚନାଯୋଗ୍ୟ- ବିହାର ନିର୍ବାଚନୀ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ । ରାହୁଲ ଇଭିଏମକୁ ଏମବିଏମ ଅର୍ଥାତ୍ ମୋଦି ଭୋଟିଂ ମେସିନ୍ କହିଥିଲେ । ବିହାରର ୨୪୩ ବିଧାନସଭା ଆସନ ଲାଗି ହୋଇଥିବା ଭୋଟର ଗଣତି ଚାଲିଛି । ଟ୍ରେଣ୍ଡ ଅନୁସାରେ ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଥିବା ଲାଗୁଛି ।

Leave a Reply