EVMକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ ! କାର୍ତ୍ତି କହିଲେ- ‘ଅଛି ଭରସା’, ଉଦିତ୍- ‘ନାହିଁ’
1 min readନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ EVM ଉପରେ ପୁଣି ଆଲୋଚନା । କଂଗ୍ରେସ ନେତା ଉଦିତ୍ ରାଜ ଟ୍ରେଣ୍ଡରେ ମହାମେଣ୍ଟ ପଛରେ ପଡ଼ିବାକୁ ନେଇ ଇଭିଏମକୁ ବିବାଦ ଘେରକୁ ଟାଣିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଇଭିଏମକୁ ବଞ୍ଚାଇବା ଲାଗି ଉଦ୍ୟମ କରିଛନ୍ତି ।
EVM system is robust, accurate & dependable. This has always been my view. I stand by it. There have been doubters of the EVM from across political political parties, particularly when the results don't go in their favour. Till now no has demonstrated scientifically their claims. https://t.co/e1dG8WsgOp
— Karti P Chidambaram (@KartiPC) November 10, 2020
କାର୍ତ୍ତି ଇଭିଏମ୍ ସପକ୍ଷରେ ଟ୍ୱିଟ୍ କରିଛନ୍ତି- ନିର୍ବାଚନ ଫଳ କିଛି ବି ହେଉ । କିନ୍ତୁ, ଏବେ ଇଭିଏମକୁ ଦୋଷ ଦେବା ବନ୍ଦ କରିବା ଉଚିତ୍ । ମୋ ହିସାବରେ ଇଭିଏମ୍ ବ୍ୟବସ୍ଥା ମଜଭୁତ, ସଠିକ୍ ଓ ଭରସାଯୋଗ୍ୟ ଅଟେ ।
ଏହା ପୂର୍ବରୁ କଂଗ୍ରେସ ନେତା ଉଦିତ୍ ରାଜ ଇଭିଏମ୍ ହ୍ୟାକିଂ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏହାକୁ ନେଇ ସେ ଆମେରିକା ନିର୍ବାଚନର ଉଦାହରଣ ରଖିଥିଲେ । ତେବେ, କଂଗ୍ରେସ ପ୍ରବକ୍ତା ରାଗିଣୀ ନାୟକ କହିଥିଲେ- ଆମେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ନାହିଁ । କାହାର ବ୍ୟକ୍ତିଗତ ମନ୍ତବ୍ୟକୁ ଦଳର ମତ ଭାବେ ନିଅନ୍ତୁ ନାହିଁ, ଅଣଦେଖା କରନ୍ତୁ । ସେ କହିଛନ୍ତି- ଆମେ ନିର୍ବାଚନ ଜିତିବୁ ଓ ଇଭିଏମ୍ ଉପରେ କୌଣସି ପ୍ରଶ୍ନ ଉଠାଉ ନାହୁଁ ।
ସୂଚନାଯୋଗ୍ୟ- ବିହାର ନିର୍ବାଚନୀ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ । ରାହୁଲ ଇଭିଏମକୁ ଏମବିଏମ ଅର୍ଥାତ୍ ମୋଦି ଭୋଟିଂ ମେସିନ୍ କହିଥିଲେ । ବିହାରର ୨୪୩ ବିଧାନସଭା ଆସନ ଲାଗି ହୋଇଥିବା ଭୋଟର ଗଣତି ଚାଲିଛି । ଟ୍ରେଣ୍ଡ ଅନୁସାରେ ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଥିବା ଲାଗୁଛି ।