ଆସନ୍ତା ୮ ତାରିଖ ପରେ ପିସିସି ରାଜ୍ୟ କଂଗ୍ରେସର ସଭାପତି ନାଁ ଘୋଷଣା ହେବ: ଜୟଦେବ ଜେନା
![](https://nandighoshatv.com/wp-content/uploads/2025/02/ୁମନେ୍ବୁମିମ୍-1024x566.jpg)
ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସେ କହିଛନ୍ତି, ଆସନ୍ତା ୮ ତାରିଖ ପରେ ଯେକୌଣସି ମୁହୂର୍ତ୍ତରେ ପିସିସି ସଭାପତି ନାଁ ଘୋଷଣା ହେବ । ହାଇକମାଣ୍ଡ ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ପଠାଇ ମତାମତ ନେଇ ସାରିଛନ୍ତି । ଆଉ କାହା ସହ ଆଲୋଚନା କରିବେ ନାହିଁ । କେବଳ ନାଁ ଘୋଷଣା ହେବ ପିସିସି ସଭାପତିଙ୍କ ନାଁ । କଂଗ୍ରେସ ଏବେ ସଂଗଠିତ ହୋଇଛି । ୨୦୨୯ ପାଇଁ ପ୍ରସ୍ତୁତ ହେଉଛି । ଯାହାକୁ ହାଇକମାଣ୍ଡ ପିସିସି ସଭାପତି କରିବେ, ଆମେ ସମସ୍ତେ ତାଙ୍କ ନେତୃତ୍ୱରେ କାମ କରିବୁ ବୋଲି କହିଛନ୍ତି ଜୟଦେବ ଜେନା । ନିର୍ବାଚନ ସରିବା ପରେ ପରେ ପିସିସି ସଭାପତି ଚୟନ ହେବ ।
ସେପଟେ ପିସିସି ସଭାପତି ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦିଲ୍ଲୀ ନିର୍ବାଚନ ସରିବା ପରେ ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ । ଏନେଇ ଆଲୋଚନା ମଧ୍ୟ ଚାଲିଛିୟ । କଂଗ୍ରେସ ସଂଗଠିତ ହୋଇଛି । ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି, ତାହାର ପ୍ରତିବାଦ କରୁଛି କଂଗ୍ରେସ । ଏଆଇସିସି ଓଡ଼ିଶାକୁ ଫୋକସ କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।