ତୋମାରଙ୍କ ଉପରେ ବର୍ଷିଲେ ଦିଗବିଜୟ, କହିଲେ ଗୋଧ୍ରାରେ ଯାହା ହୋଇଥିଲା ତାହା କ’ଣ ଥିଲା ?

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କମ୍ପୁଛି ରାଜ୍ୟ ସଭା । କଂଗ୍ରେସକୁ ଟାର୍ଗେଟ କରି ଗୃହରେ ଗର୍ଜିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ନୂତନ କୃଷି ଆଇନକୁ ନେଇ ଯେଉଁ ଆନ୍ଦୋଳନ ଏବଂ ପ୍ରତିବାଦ ହେଉଛି ତାହା କଂଗ୍ରେସର ପ୍ରରୋଚନାରେ ବୋଲି ଇଙ୍ଗିତ କରିଥିଲେ ତୋମାରହ । ଏହା ସହ କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ କଂଗ୍ରେସର ‘ଖୁନ ସେ କ୍ଷେତି’ ମଧ୍ୟ କରିପାରେ । ଅର୍ଥାତ କଂଗ୍ରେସ ହିଂସା ଘଟାଇବା ପାଇଁ ରକ୍ତ ଚାଷ ମଧ୍ୟ କରିବାରେ ପଛାଏ ନାହିଁ ।

କୃଷିମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ସଭାରେ ଦେଖିବାକୁ ମିଳିଥିଲା କଂଗ୍ରେସର ଗମ୍ଭୀର ଗର୍ଜନ । ରାଜ୍ୟସଭା ସାଂସଦ ତଥା କଂଗ୍ରେସ ନେତା ଦିଗ ବିଜୟ ସିଂ ତୋମାରଙ୍କୁ କରିଥିଲେ ଟାର୍ଗେଟ । ଭାରତରେ ହିଂସା କାଣ୍ଡ ଘଟାଇବା ବିଜେପିର ପ୍ରୟାସ । ରାଜନୈତିକ ଅଭିସନ୍ଧି ରଖି ବାରତୀୟ ଜନତା ପାର୍ଟି ହିଁ କେବଳ ହିଂସା ସୃଷ୍ଟି କରେ ବୋଲି କହିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ।

ନରେନ୍ଦ୍ର ସିଂ ତୋମାରଙ୍କ ‘ଖୁନ ସେ କ୍ଷେତି’ବୟାନକୁ ନେଇ ଦିଗବିଜୟ ସିଂ କହିଛନ୍ତି, ବିଜେପି ସରକାର ଯେଉଁ ହିଂସା କାଣ୍ଡ ଗୋଧ୍ରାରେ ଘଟାଇଥିଲା । ତାହା କଣ ପାଣିର ଚାଷ ଥିଲା ନା ରକ୍ତର ଚାଷ ଥିଲା ? ଗୋଧ୍ରା ହିଂସା କାଣ୍ଡରେ କାହାର ଭୂମିକା ଥିଲା ? ବିଜେପି ସର୍ବଦା ରାଜନୈତିକ ଅଦେଶ୍ୟ ପ୍ରଣୋଦିତ କରି ଦେଶରେ ହିଂସା ଘଟାଇ ଚାଲିଛି । କଂଗ୍ରେସ ଏକ ଶୃହ୍କଳିତ ରାଜନୈତିକ ଦଳ । କଂଗ୍ରେସ ସର୍ବଦା ସତ୍ୟ ଏବଂ ଅହିଂସା ମାର୍ଗରେ ରହିଆସିଛି ବୋଲି କହିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ।

ସେହିପରି ବିଜେପିକୁ ଟାର୍ଗେଟ କରି ଦିଗବିଜୟ ସିଂ କହିଛନ୍ତି, ସାମ୍ପ୍ରଦାୟିକ ହିଂସା ଘଟାଇଲେ କିଭଳି ରକାଜନୈତିକ ଫାଇଦା ମିଳେ, ତାହା ଭଲ ଭାବେ ନରେନ୍ଦ୍ର ମୋଦି ଏବଂ ଆସାଦୁଦ୍ଦିନ ଓୱେସି । କେନ୍ଦ୍ର କୃଷି ମନ୍ତ୍ରୀ କୃଷି ଆଇନ ସମ୍ବନ୍ଧରେ ପ୍ରତିକ୍ରିୟା ରଖିବା ସହ ଆଇନ କିଭଳି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୂଦୃଢ କରିବାରେ ସହାୟକ ହେବ, ତାହା ପ୍ରକାଶ କରିଥିଲେ । ଏଥିସହ ଏହି ଆଇନକୁ ଭଣ୍ଡୁର କରିବା ପାଇଁ କଂଗ୍ରେସର ଚକ୍ରାନ୍ତ ଚଳାଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ କଂଗ୍ରେସ ନେତା ତଥା ରାଜ୍ୟ ସଭା ସାଂସଦ ଦିଗବିଜୟ ସିଂ ।

Leave a Reply