କଂଗ୍ରେସ ନେତାଙ୍କ ପ୍ରେସକ୍ରିପ୍ସନ: ରମ୍ ସହ ଦରସିଝା ଅଣ୍ଡା ଖାଆନ୍ତୁ, କରୋନା ଭଗାନ୍ତୁ
1 min readକୋଭିଡ୍-୧୯ ମହାମାରୀ ବ୍ୟାପିବା ପରଠାରୁ ହ୍ୱାଟସ୍ ଆପରେ ଏହାର ଆରୋଗ୍ୟକୁ ନେଇ ପ୍ରଚାର ହେଉଥିବା ଗୁଜବ ତଥା ଏହି ରୋଗରୁ ଲୋକଙ୍କୁ ଆରୋଗ୍ୟ କରିଦେବା ଦାବି କରୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ଚେତାବନୀ ଦିଆଯାଇଛି । ବୈଧ ଯୋଗ୍ୟତା ବିନା ଏହି ରୋଗର ଚିକିତ୍ସା କରିବା ପାଇଁ ଅଫର କରୁଥିବା ଲୋକଙ୍କୁ ମଧ୍ୟ ଗିରଫ କରାଯିବା ଦେଖିବାକୁ ମିଳିଛି । ଠିକ୍ ଏହି ସମୟରେ କର୍ଣ୍ଣାଟକର ଜଣେ କଂଗ୍ରେସ କାଉନସିଲର ମହାମାରୀକୁ ନେଇ ଏକ ଅଦ୍ଭୁତ ଉପଶମ ଦେଇଛନ୍ତି । ଦର ସିଝା ଅଣ୍ଡା ଆମଲେଟ ଏବଂ ରମରେ ଗୋଲମରିଚ ପକାଇ ପିଇଲେ କୋରନା ପାଖ ମାଡିବନି ବୋଲି ସେ କହିଛନ୍ତି ।
#Mangaluru In this video that has gone viral, Ravichandra Gatti, Congress Councillor from Ullal CMC, asks people to drink rum, eat half boiled egg omelette, both sprinkled with pepper powder, to keep Covid-19 at bay @NewIndianXpress @santwana99 pic.twitter.com/Xxwc5BWfy8
— vincent dsouza (@vinndz_TNIE) July 16, 2020
ମାଙ୍ଗାଲୁରୁ ଉଲାଲ ସିଏମସିର କଂଗ୍ରେସ କାଉନସିଲର ରବିଚନ୍ଦ୍ର ଗଟ୍ଟିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ କହୁଛନ୍ତି ଯେ, ୯୦ ମି.ଲି ରମରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇବା ପରେ ପିଅନ୍ତୁ ଓ ତା’ସହ ଦୁଇଟି ଅଧା ସିଝା ଓମେଲେଟ୍ ମଧ୍ୟ ଖାଆନ୍ତୁ ଏହାପରେ କରୋନାଭାଇରସ୍ ଅଦୃଶ୍ୟ ହୋଇଯିବ ।
ସେ କହିଛନ୍ତି, ମୁଁ ଅନେକ ଔଷଧ ଖାଇଥିଲି କିନ୍ତୁ କିଛି କାମ କରିନଥିଲା । ପରେ ମୁଁ ଏହି ପଦ୍ଧତି ଆପଣେଇଥିଲି ଯାହା କାମ କରିଛି । ଏଥିସହ ସେ କହିଛନ୍ତି ଯେ ସେ ଜଣେ ରାଜନେତା ଭାବରେ ନୁହେଁ ଜଣେ କରୋନା କମିଟିର ସଦସ୍ୟ ଭାବରେ ଏହି ପରାମର୍ଶ ଦେଉଛନ୍ତି । ସୂତ୍ର ଅନୁସାରେ, ଗଟ୍ଟି ଜଣେ ସମାଜ କର୍ମୀ । ତେବେ କଂଗ୍ରେସ ଏହି ମାମଲାରୁ ନିଜକୁ ଦୁରେଇ ନେଇଛି । ନେତାଙ୍କ କରୋନା ପ୍ରେସକ୍ରିପ୍ସନ ଉପରେ ନିଜ ପ୍ରତିକ୍ରିୟା ରଖି ମାଙ୍ଗାଲୁରୁ ବିଧାୟକ ୟୁଟି ଖାଦର କହିଛନ୍ତି, ଗଟ୍ଟି କାହିଁକି ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ତାହା ଜିଲ୍ଲା ପ୍ରଶାସନ ଜାଣିବା ଉଚିତ୍ । ଗତ ୧୫ ବର୍ଷ ଧରି ଗଟ୍ଟି ଜଣେ ସମାଜ କର୍ମୀ ଥିଲେ । ଆମେ ଦଳର ନେତାଙ୍କ ସହ ଆଲୋଚନା କରିବୁ ଏବଂ ନିଷ୍ପତ୍ତି ନେବୁ।”