ହାଇକମାଣ୍ଡଙ୍କୁ ଟାର୍ଗେଟ୍ କରିବାରୁ ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା

ଭୁବନେଶ୍ୱର: ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା । ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ. ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟ । ଦେବାଶିଷ କହିଛନ୍ତି, ଦଳୀୟ ଶୃଙ୍ଖଳା ଭଂଗ କରିଛନ୍ତି ପ୍ରଦୀପ ମାଝୀ । ମନ୍ତବ୍ୟ ଦେବା ପୂର୍ବରୁ ୫ଥର ଭାବିବା ସହ ଦଳକୁ କ୍ଷମା ମାଗନ୍ତୁ । ନହେଲେ ଦଳ ଛାଡ଼ନ୍ତୁ । ହାଇକମାଣ୍ଡଙ୍କ ବିରୋଧରେ ମନ୍ତବ୍ୟ ଦେବା ଠିକ୍ ନୁହେଁ ।

ପିସିସି ପରିବର୍ତ୍ତନ ନେଇ ସେ କହିଛନ୍ତି, ଆଶାୟୀ ଗଣମାଧ୍ୟମରେ ବିଭ୍ରାନ୍ତିକର କଥା କୁହନ୍ତୁନି । ସେହିପରି ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଶୋଇକି ଉଠିକି ବାଉଳାରେ ପ୍ରଦୀପ ଏମିତି କହିଛନ୍ତି । କିଏ ଦଳ ଛାଡ଼ିଲେ କିଛି ଫରକ ପଡ଼ିବନି । ଏଠି ଜଣେ ନେତାଙ୍କୁ ହରାଇବାକୁ ଅର୍ଥ ଖଚ୍ଚ କରିନ୍ତି ଅଉ କିଛି ନେତା । ସେହିପରି କଂଗ୍ରେସର ଅନ୍ୟତାମ ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ଟାର୍ଗେଟ କରି କହିଛନ୍ତି, ପ୍ରଦୀପ ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଉ । ସେ ଓଡ଼ିଶା କଂଗ୍ରେସ ଓ ଗାନ୍ଧୀ ପରିବାର ବିରୋଧରେ କହିଛନ୍ତି । ଦଳ ବିରୋଧରେ କହୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରିଛନ୍ତି ପ୍ରଦୀପ । ତେଣୁ କଂଗ୍ରେସ ବିରୋଧରେ ଯେ କହୁଛନ୍ତି ତାଙ୍କୁ ଦଳରୁ ବାଦ୍ ଦିଆଯାଉ ବୋଲି କହିଛନ୍ତି ତାରା ।

ଅନ୍ୟପଟେ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ । ମୁଁ କେବଳ ମତାମତ ଦେଇଥିଲି । ନିଜର ମନ୍ତବ୍ୟ ଦେବା ବିଶୃଙ୍ଖଳା ନୁହେଁ ବୋଲି ପ୍ରଦୀପ କହିବା ସହିତ ଦଳ ଛାଡ଼ିବା କି ପରିବର୍ତ୍ତନର ପ୍ରଶ୍ନ ଉଠୁନି । ଦୁଇ ଦିନ ତଳେ ପ୍ରଦୀପ ମାଝୀ କଂଗ୍ରେସ ହାଇକମାଣ୍ଡଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ । ଏହାକୁ ନେଇ ଚର୍ଚ୍ଚା ହେବା ସହିତ ସେ ଦଳ ଛାଡିବା ନେଇ କଥା ଜୋର ଧରିଥିଲା ।

Leave a Reply